Latest Odisha News

BREAKING NEWS

୪ଟି ଜିଲ୍ଲା ଓ ରାଉରକେଲା ମ୍ୟୁନିସପାଲଟିରେ ସାପ୍ତାହିକ ସଟ୍‌ଡାଉନ୍

ଭୁବନେଶ୍ୱର: ରାଜ୍ୟର ୪ଟି ଜିଲ୍ଲା ଓ ଗୋଟିଏ ମ୍ୟୁନିସପାଲଟିରେ ଜାରି ହୋଇଛି ସାପ୍ତାହିକ ସଟଡାଉନ୍ । ଖୋର୍ଦ୍ଧା, ଗଂଜାମ, ଗଜପତି, କଟକ ଓ ରାଉରକେଲା ମ୍ୟୁନିସପାଲଟିରେ ମାସର ପ୍ରତି ଶନିବାର ଓ ରବିବାର ସଟଡାଉନ୍ ରହିବ । ଏନେଇ ଆଜି ସରକାର ଗାଇଡାଲଇନ୍ ଜାରି କରିଛନ୍ତି।

ଏହି ୪ଟି ଜିଲ୍ଲାରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବାରୁ ସରକାର ସାପ୍ତାହିକ ସଟଡାଉନ୍ ଭଳି କଡା କଟକଣା ଜାରି କରିଛନ୍ତି । ସଟଡାଉନ୍ ବେଳେ କର୍ଫ୍ୟୁ ଭଳି ସ୍ଥିତି ଜାରି ରହିବ । ସମସ୍ତ ପ୍ରକାରର ଦୋକାନ, ବଜାର ବନ୍ଦ ରହିବ । ଗାଡି ଚଳାଚଳ ଉପରେ ବି କଟକଣା ଲଗା ଯାଇଛି ।

ତେବେ ଅଗଷ୍ଟ ମାସର ପ୍ରଥମ ଶନି ଓ ରବିବାର ଅର୍ଥାତ ୧ ଓ ୨ ତାରିଖରେ ସରକାର କଟକଣା କିଛି ଟା କୋହଳ କରିଛନ୍ତି । ଏହି ଦୁଇ ଦିନ ସକାଳ ୫ରୁ ଦିନ ୧ଟା ଯାଏଁ ଦୋକାନ ଖୋଲା ରହିବ । ଏଥିସହ ଗମନାଗମନ ମଧ୍ୟ ସ୍ୱାଭାବିକ ହେବ । ତେବେ ମାସର ଅନ୍ୟ ସପ୍ତାହ ଶେଷ ଦୁଇ ଦିନ ସମ୍ପୂର୍ଣ୍ଣ ସଟଡାଉନ୍ କରାଯିବ ।

Leave A Reply

Your email address will not be published.