Latest Odisha News

ଡାକ୍ତର, ନର୍ସ ପଜିଟିଭ ଚିହ୍ନଟ ପରେ ସିଲ ହେଲା ଅପରେସନ୍ ଥିଏଟର

ପୁରୀ: ମାରାତ୍ମକ ରୂପ ନେଇ ଚାଲିଛି କରୋନା । ସାଧାରଣ ଲୋକଙ୍କ ପରେ ଏବେ ସ୍ୱାସ୍ଥ୍ୟକର୍ମୀ ମାନେ ମଧ୍ୟ ଏଥିରେ ସଂକ୍ରମିତ ହେଉଥିବା ନିୟମିତ ଖବର ଆସୁଛି ।

ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର ଓ ନର୍ସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାପରେ ମୁଖ୍ୟ ଚିକିତ୍ସାଳୟର ଅପରେସନ୍ ଥିଏଟରକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି । ଏଥିଯୋଗୁଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ରୋଗୀ ମାନେ ।

ଅପରେସନ ଥିଏଟର ସିଲ ହୋଇଥିବାରୁ ବାହାରେ ବସିଛନ୍ତି ରୋଗୀ। ଚିନ୍ତାରେ ପଡ଼ି ଯାଇଛନ୍ତି ରୋଗୀଙ୍କ ସଂପର୍କୀୟ। ଅନ୍ୟପଟେ ସିଲ ହେବାର ୨୪ ଘଣ୍ଟା ବିତି ଯାଇଥିଲେ ବି ଏପର୍ଯ୍ୟନ୍ତ ଏହାକୁ ସନିଟାଇଜ କରାଯାଇନଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.