Latest Odisha News

BREAKING NEWS

ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅପିଲ କଲେ ସୁଶାନ୍ତ ସିଂହ ରାଜପୁତଙ୍କ ଉଭଣୀ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି ଜୋର ଧରିଛି । ବଲିଉଡରେ ହଟଚମଟ । ବିହାର ପୋଲିସର ତଦନ୍ତ ପରେ ରାଜନୀତି ବି ଆରମ୍ଭ ହେଲାଣି । ମୁହାଁମୁହିଁ ହୋଇଛନ୍ତି ମୁମ୍ବାଇ ଓ ପାଟଣା ପୋଲିସ । ଏଭଳି ସ୍ଥିତିରେ ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରିଛନ୍ତି ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ କ୍ରିତି ।
ଶ୍ୱେତା ଏକ ଟ୍ୱିଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୟାଗ୍ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ସେମାନେ ଏକ ସାଧାରଣ ପରିବାରରୁ ଆସିଛନ୍ତି । ତାଙ୍କ ଭାଇର ବଲିଉଡରେ କେହି ଗ୍ରାଣ୍ଡ ଫାଦର ନଥିଲେ । ସୁଶାନ୍ତଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ ଗମ୍ଭୀରତାର ସହ ଦୃଷ୍ଟି ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ଏହାସହ ଶ୍ୱେତା ଲେଖିଛନ୍ତି, ତଥ୍ୟ ପ୍ରମାଣକୁ ଯେମିତି ନଷ୍ଟ କରା ନଯାଏ ସେଥିପ୍ରତି ଧ୍ୟାନ ଦିଆଯିବା ଉଚିତ । ଯଥାଶୀଘ୍ର ପୁରା ଘଟଣା ଉପରୁ ପରଦା ହଟାଇବାକୁ ସେ ନିବେଦନ କରିଛନ୍ତି । ଦେଶର ନ୍ୟାୟିକ ବ୍ୟବସ୍ଥାରେ ବିଶ୍ୱାସ ରହିଛି ଓ ନ୍ୟାୟ ପାଇବାକୁ ଆଶାବ୍ୟକ୍ତ କରିଛନ୍ତି ଶ୍ୱେତା ।

Leave A Reply

Your email address will not be published.