Latest Odisha News

BREAKING NEWS

ଦେଶରେ ୨୪ ଘଣ୍ଟାରେ ୫୨ ହଜାର ନୂଆ ଆକ୍ରାନ୍ତ, ୮୦୩ ମୃତ

ନୂଆଦିଲ୍ଲୀ: ଦେଶରେ ୧୮ ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଚିହନଟ ହୋଇଛନ୍ତି ୫୨ ହଜାର ୫୦ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧୮ ଲକ୍ଷ ୫୫ ହଜାର ୭୪୬କୁ ବୃଦ୍ଧି ପାଇଛି ।

ଗତ ୨୪ ଘଣ୍ଟାରେ ଆଉ ୮୦୩ ମୁଣ୍ଡ ନେଇଛି କରୋନା । ଦେଶରେ ମୃତ୍ୟୁ ସଂଖ୍ୟା ୩୮ ହଜାର ୯୩୮କୁ ବୃଦ୍ଧି ପାଇଛି । ଦେଶରେ ବର୍ତ୍ତମାନ ଆକ୍ଟିଭ କେସ ରହିଛି ୫ ଲକ୍ଷ ୮୬ ହଜାର ୨୯୮ । ସୁସ୍ଥ ହେଲେଣି ୧୩ ଲକ୍ଷ ୩୦ ହଜାର ୫୧୦ ।

ଗତ ୨୪ ଘଣ୍ଟାରେ ସର୍ବାଧିକ ମହାରାଷ୍ଟ୍ରରେ ୮ ହଜାର ୯୬୮ ନୂଆ ଆକ୍ରାନ୍ତ ବାହାରିଥିବା ବେଳେ ଆନ୍ଧ୍ରପ୍ରଦେଶରେ ୭ ହଜାର ୮୨୨, ତାମିଲନାଡୁରେ ୫ ହଜାର ୬୦୯, କର୍ଣ୍ଣାଟକରେ ୪ ହଜାର ୭୫୨, ଉତ୍ତରପ୍ରଦେଶରେ ୪ ହଜାର ୪୪୧ ପଜିଟିଭ୍ କେସ୍ ବାହାରିଛି ।

Leave A Reply

Your email address will not be published.