Latest Odisha News

BREAKING NEWS

ଖୋର୍ଦ୍ଧା ଏସପି କରୋନା ସଂକ୍ରମିତ

ଭୁବନେଶ୍ୱର: ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ କରୋନା ସଂକ୍ରମିତ । କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଛି । ଏନେଇ ନିଜେ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସପି ।

ପୂର୍ବରୁ ଜିଲ୍ଲା ପୋଲିସ ମୁଖ୍ୟାଳୟର ଜଣେ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ଅନ୍ୟ କର୍ମଚାରୀଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା । ଟେଷ୍ଟ ରିପୋର୍ଟରୁ ଏସପି ଭୂତାଣୁ ସଂକ୍ରମିତ ହୋଇଥିବା ଜଣା ପଡ଼ିଛି । ଖୋର୍ଦ୍ଧା ଏସପି କହିଛନ୍ତି, ତାଙ୍କ ପାଖରେ କୋଭିଡ୍ ଲକ୍ଷଣ ନଥିଲା ।

ରାଜ୍ୟରେ କରୋନା ଯୋଦ୍ଧାଙ୍କୁ କରୋନା ଆଟାକ୍ କରୁଛି । ଲୋକଙ୍କୁ ସଚେତନ କରାଇବା ବେଳେ ସେମାନେ ଭୂତାଣୁ ସଂକ୍ରମିତ ହେଉଛନ୍ତି ।

Leave A Reply

Your email address will not be published.