Latest Odisha News

ଚୀନକୁ ଆଉ ଏକ ଧକ୍କା : ୨୫୦୦ ୟୁଟ୍ୟୁବ ଚ୍ୟାନେଲ ଡିଲିଟ କଲା ଗୁଗଲ

ବେଜିଂ: କରୋନା ଚୀନ ପାଇଁ କାଳ ହୋଇଛି କହିଲେ ଭୁଲ ହେବ ନାହିଁ । ହାତଗଣତି କେତେକ ଦେଶ ଛାଡି ଦେଲେ ପୃଥିବୀର ଅନେକ ଦେଶ ଖୋଲାଖୋଲି ଭାବେ ଚୀନକୁ ବିରୋଧ କରୁଛନ୍ତି । ଭାରତର ଆପ ଆଟାକ ପରେ ଏବେ ଚୀନକୁ ଆଉ ଏକ ଝଟକା ଦେଇଛି ଗୁଗଲ । ରିପୋର୍ଟ ମୁତାବକ ଚୀନର ୨୫୦୦ ୟୁଟ୍ୟୁବ ଚ୍ୟାନେଲକୁ ଗୁଗଲ ଡିଲିଟ କରି ଦେଇଛ ।

ଏହି ଚ୍ୟାନେଲଗୁଡିକ ସଠିକ୍ ତଥ୍ୟ ପ୍ରଦାନ କରୁ ନ ଥିବା ଅଭିଯୋଗ ଆସିବା ପରେ ଗୁଗଲ ଏହି ପଦକ୍ଷେପ ନେଇଥିଲା । ଏ ନେଇ ଚୀନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ । ନନ୍ ପଲଟିକାଲ କଂଟେଟର ଅଧିକାଂଶ ଚ୍ୟାନେଲ ରହିଥିଲା । ଭାରତ ଟିକଟକ ସମେତ ଅନେକଗୁଡିଏ ଆପ୍ ଉପରେ ପ୍ରତିବନ୍ଧ ଲଗାଇବା ଯୋଗୁ ଚୀନର ପ୍ରଚୁର ଆର୍ଥୀକ କ୍ଷତି ଘଟିଛି ।

Leave A Reply

Your email address will not be published.