Latest Odisha News

BREAKING NEWS

ଏସିଆରେ ଯୁଦ୍ଧର ବାତାବରଣ ସୃଷ୍ଟି କରୁଛି ଚୀନ, ବେଜିଂରେ ପରୀକ୍ଷଣ କଲା ପରମାଣୁ କ୍ଷମତା ସମ୍ପନ୍ନ ମିସାଇଲ

ନୂଆଦିଲ୍ଲୀ: ଏସିଆରେ ଚୀନ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରୁଛି । ଆମେରିକା ଓ ଭାରତ ସହ ଉତେଜନାପୂର୍ଣ୍ଣ ପରିସ୍ଥିତି ସମୟରେ ଚୀନ ପରମାଣୁ କ୍ଷମତା ସମ୍ପନ୍ନ ମିସାଇଲର ପରୀକ୍ଷଣ କରିଛି । ପରୋକ୍ଷରେ ମାନସିକ ଚାପ ପକାଇବା ପାଇଁ ଡ୍ରାଗନ ଏହି ମାଇଣ୍ଡ ଗେମ୍ ଖେଳୁଛି । ରିପୋର୍ଟ ମୁତାବକ ବେଜିଂରୁ ନୂଆଦିଲ୍ଲୀ ରେଂଜ ପର୍ଯ୍ୟନ୍ତ କ୍ଷମତା ରଖିଥିବା ଡିଏଫ ୨୬ ଓ ଶର୍ଟ ରେଂଜ ମିସାଇଲ ଡିଏଫ-୧୬ର ପରୀକ୍ଷଣ କରିଛି । ଚୀନ ସେନାର ରକେଟ ଫୋର୍ସ ଏହି ଟେଷ୍ଟ କରିଛନ୍ତି ।

ଡିଏଫ ୨୬ (୪୦୦୦ କିଲୋମିଟର ରେଂଜ) ଆମେରିକାର ଗୁଆମ ନାଭାଲ ବେସ୍ ଓ ଭାରତର ନୂଆଦିଲ୍ଲୀ ପର୍ଯ୍ୟନ୍ତ ଆକ୍ରମଣ କରିବା କ୍ଷମତା ରଖିଛି । ତେବେ ଏହି ପରୀକ୍ଷଣ ନେଇ କୌଣସି ତଥ୍ୟ ଚୀନ ଦେଇ ନାହିଁ । ଆମେରିକା ପଦକ୍ଷେପକୁ ଆଖି ଆଗରେ ରଖି ଚୀନ ଟେଷ୍ଟ କରିଥିବା ଅନୁମାନ କରାଯାଉଛି । ଚୀନ ସେନାର ନ୍ୟୁଜ ୱେବସାଇଟ ୮୧.ସିଏନରେ ପରୀକ୍ଷଣ ନେଇ ରିପୋର୍ଟ ପ୍ରକାଶ ପାଇଛି । ଏ ନେଇ ଭାରତ ଏବଂ ଆମେରିକା ପକ୍ଷରୁ କୌଣସି ଷ୍ଟେଟମେଂଟ ଆସି ନାହିଁ ।

Leave A Reply

Your email address will not be published.