Latest Odisha News

BREAKING NEWS

କୋଲାବାରେ ଲୋକେ ଦେଖିନଥିଲେ ଏମିତି ବର୍ଷା

ମୁମ୍ବାଇ: ବର୍ଷାରେ ବେହାଲ ମାୟାନଗରୀ ମୁମ୍ବାଇ । ମୁମ୍ବାଇ କୋଲାବା ଅଂଚଳରେ ହୋଇଛି ପ୍ରବଳ ବର୍ଷା । ଲଗାଣ ବର୍ଷା ଭାଙ୍ଗିଛି ୪୬ ବର୍ଷର ରେକର୍ଡ । ଏଭଳି ବର୍ଷା ଯାହାକୁ କେବେ ଲୋକେ ଆଗରୁ ଦେଖି ନଥିଲେ । ବର୍ଷା ଯୋଗୁଁ ଚାରିଆଡେ ଜଳାର୍ଣ୍ଣାବ ପରିସ୍ଥିତି ସୃଷ୍ଟି ହୋଇଛି ।

କୋଲାବା ଅଂଚଳରେ ଗତକାଲି ୩୩୦ ମିଲିମିଟିର ବର୍ଷା ରେକର୍ଡ କରାଯାଇଛି । ୪୬ ବର୍ଷ ମଧ୍ୟରେ ଏଠାରେ କେବେ ହେଲେ ଅଗଷ୍ଟ ମାସରେ ଏତେ ପାଣିମାଣ ବର୍ଷା ହୋଇନଥିଲା । ବର୍ଷା ସହ ୧୦୭ କିମିର ବେଗର ପବନ ମଧ୍ୟ ବହିଛି । କେବଳ ଜରୁରୀ ସେବା ଅଫିସକୁ ଛାଡି ଆଉ ସବୁ କିଛି ବନ୍ଦ ରହିଛି ।

ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ, କେବଳ କୋଲାବାରେ ଗତ ୨୪ ଘଂଟାରେ ୩୩୧.୮ ମିମିର ବର୍ଷା ରେକର୍ଡ ହୋଇଛି । ଯାହା ୧୯୭୪ ପରେ କୋଲାବାରେ ପ୍ରଥମ । କୋଲାବା ବ୍ୟତୀତ ସାନ୍ତାକ୍ରୁଜରେ ବି ୧୬୨.୩ ମିମି ବର୍ଷା ରେକର୍ଡ ହୋଇଛି । ସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.