Latest Odisha News

BREAKING NEWS

ଓଡିଶା କ୍ୟାଡର ଆଇପିଏସ୍ ଅଫିସର ସିଆରପିଏଫ୍ ଆଇଜି ଭାବେ ନିଯୁକ୍ତ

ଭୁବନେଶ୍ୱର: କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ର ଇନ୍ସପେକ୍ଟର ଜେନେରାଲ (ଆଇଜି) ଭାବେ ଓଡିଶା କ୍ୟାଡର ଆଇପିଏସ୍ ଅଧିକାରୀ ପି.ଏସ୍ ରଣପିସଙ୍କୁ ନିଯୁକ୍ତ କରାଯାଇଛି।

ସେ କେନ୍ଦ୍ରୀୟ ଡେପୁଟେସନରେ ଯିବା ସହ କାର୍ଯ୍ୟରେ ଯୋଗଦେବା ଦିନ ଠାରୁ ୫ ବର୍ଷ ପାଇଁ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସର ଆଇଜି ଭାବେ ଦାୟିତ୍ୱ ତୁଲାଇବେ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଦିନ ଓଡିଶାର ମୁଖ୍ୟ ସଚିବଙ୍କୁ ଚିଠି ଲେଖାଯାଇଛି ।

ଏହି ଆଇପିଏସ୍ ଅଧିକାରୀ ଜଣକ ୧୯୯୫ ବ୍ୟାଚର ଅଫିସର । ସେ ଓଡିଶାରେ ଅତିରିକ୍ତ ମହାନିର୍ଦ୍ଦେଶକ (ଭିଜିଲାନ୍ସ) ଭାବରେ କାର୍ଯ୍ୟ କରୁଥିଲେ।

Leave A Reply

Your email address will not be published.