Latest Odisha News

୨୦୨୧ ଆରମ୍ଭରେ ହେବ ଭାରତ-ଇଂଲଣ୍ଡ ସୀମିତ ଓଭର କ୍ରିକେଟ ସିରିଜ

ମୁମ୍ବାଇ: ଭାରତ-ଇଂଲଣ୍ଡ ସୀମିତ ଓଭର କ୍ରିକେଟ ସିରିଜ ଆସନ୍ତା ବର୍ଷକୁ ଘୁଂଚିଛି । ଶୁକ୍ରବାର ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ବିଧିବଦ୍ଧ ଭାବେ ଏହା ଘୋଷଣା କରିଛି । ପୂର୍ବରୁ ସେପ୍ଟମ୍ବର-ଅକ୍ଟୋବରରେ ଉଭୟ ଦେଶ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଏବଂ ୩ଟି ଟି୨୦ ମ୍ୟାଚ ଖେଳାଯିବାର ଥିଲା । ୨୦୨୧ ଆରମ୍ଭରେ ଏହି ସିରିଜ ଆୟୋଜିତ ହେବ ବୋଲି ବିସିସିଆଇ ସୂଚନା ଦେଇଛି ।

ଇଂଲଣ୍ଡ ବୋର୍ଡ ମଧ୍ୟ ଏହି ନିଷ୍ପତିକୁ ସମର୍ଥନ କରିଛି । ପୂର୍ବରୁ ୱେଷ୍ଟଇଣ୍ଡିଜ-ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଟି୨୦ ସିରିଜକୁ ମଧ୍ୟ ଘୁଂଚାଇ ଦିଆଯାଇଛି । କରୋନା ଭାଇରସ ଯୋଗୁ ସମସ୍ତ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ପରିବର୍ତନ କରିବାକୁ ବୋର୍ଡଗୁଡିକ ବାଧ୍ୟ ହେଉଛନ୍ତି ।

Leave A Reply

Your email address will not be published.