Latest Odisha News

BREAKING NEWS

ସର୍ବସାଧାରଣ ସ୍ଥାନରେ ନୂଆଁଖାଇ ପାଳନ ପାଇଁ ପ୍ରଶାସନର ବାରଣ

ଝାରସୁଗୁଡା: କରୋନା କଟକଣାକୁ ଦୃଷ୍ଟିରେ ରଖି ପଶ୍ଚିମ ଓଡିଶାର ଗଣପର୍ବ ‘ନୂଆଁଖାଇ’କୁ ସର୍ବସାଧାରଣ ସ୍ଥାନରେ ପାଳନ କରିବା ନେଇ ପ୍ରଶାସନ ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଛି ।

ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶାନାମା ଅନୁଯାୟୀ ଚଳିତ ଥର ନୂଆଁଖାଇ ପର୍ବକୁ ଘର ଭିତରେ ତଥା ପରିବାର ସଦସ୍ୟଙ୍କ ଗହଣରେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଚଳିତ ଥର ଅଗଷ୍ଟ ୨୩ରେ ଅନୁଷ୍ଠିତ ହେବାକୁ ଯାଉଛି ‘ନୂଆଁଖାଇ ପର୍ବ’ ତଥା ‘ ନୂଆଖାଇ ଭେଟଘାଟ’ । ଯାହାକୁ ବଡ ଧୁମଧାମରେ ପାଳନ କରିବା ପାଇଁ ଚାହିଁ ବସିଥାନ୍ତି ପଶ୍ଚିମ ଓଡିଶାବାସୀ । ହେଲେ କରୋନା କଟକଣାକୁ ଦେଖି ଏହା ଏଥର ସାମାନ୍ୟ ଫିକା ପଡିବାର ସମ୍ଭାବନା ରହିଛି ।

ଏହି ଘଟଣାରେ ବିଚାର ପାଇଁ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଏବଂ ରେଙ୍ଗାଲି ବିଧାୟକ ନଉରୀ ନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ ।

ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଗଷ୍ଟ ୨୨ (ଶନିବାର) ଓ ୨୩ (ରବିବାର) ତାରିଖରେ ସଟଡାଉନ୍ ଘୋଷଣା କରିଥିଲେ । ଯାହା ଏହି ପର୍ବ ପାଳନ ଉପରେ କଟକଣା ସଦୃଶ ହୋଇପଡିଛି । ତେଣୁ କରି ଏହି ଦୁଇ ଜଣ ବିଧାୟକ ସଟଡାଉନ୍ ତାରିଖ ପରିବର୍ତ୍ତନ କରିବା ଲାଗି ଅନୁରୋଧ କରିଥିଲେ ।

 

Comments are closed.