Latest Odisha News

BREAKING NEWS

ଗଞ୍ଜାମରେ ୫ମ ପର୍ଯ୍ୟାୟ ହେଲଥ ସ୍କ୍ରିନିଂ ଆରମ୍ଭ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସଂକମ୍ରିତଙ୍କ ସଂଖ୍ୟା ବଢୁଥିବା ଫଳରେ ପ୍ରଶାସନ ପକ୍ଷରୁ ସହରାଞ୍ଚଳରେ ୫ମ ପର୍ଯ୍ୟାୟ ହେଲଥ ସ୍କ୍ରିନିଂ ଆରମ୍ଭ କରାଯାଇଛି ।

ଗଣମାଧ୍ୟମକୁ ସୂଚନା ଦେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ଯେ ପ୍ରାୟ ୪ ଦିନ ଲାଗି ସହରାଞ୍ଚଳରେ ଡୋର-ଟୁ-ଡୋର୍ ହେଲଥ ସ୍କ୍ରିନିଂ ଜାରି ରହିବ ।

ସମସ୍ତ ବ୍ୟକ୍ତିଙ୍କର ହେଲଥ ସ୍କ୍ରିନିଂ କରାଯିବାକୁ ଥିବା ବେଳେ ବ୍ରହ୍ମପୁର ସହରରେ ୫୦ ମେଡିକାଲ୍ ଟିମ୍ ରହିବେ। ଯେତେ ବେଳେକି ଜିଲ୍ଲାର ଅନ୍ୟ ସହରାଞ୍ଚଳରେ ପ୍ରାୟ ୧୫୦ ଟିମ୍ ନିୟୋଜିତ ହୋଇଛନ୍ତି ।

ଆହୁରି ମଧ୍ୟ ବିନା ଅକ୍ସିମିଟରରେ ହେଲଥ ଟିମ୍ ସ୍କ୍ରିନିଂ କରୁଥିବା ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିମିଟର ରହିଛି । ଏପରିକି ହେଲଥ ସ୍କ୍ରିନିଂ ବେଳେ ସ୍ୱାସ୍ଥ୍ୟ କର୍ମୀଙ୍କୁ ଏହାର ବ୍ୟବହାର କରିବା ପାଇଁ କୁହାଯାଇଛି ।

Leave A Reply

Your email address will not be published.