ଭୁବନେଶ୍ୱର: ଧୀରେ ଧୀରେ ରାଜଧାନୀ ଭୁବନେଶ୍ୱରରେ କରୋନା ବିପଦ ବଢ଼ିବାରେ ଲାଗିଛି । ଏଠାରେ କରୋନା ଗ୍ରାଫ ଉପର ମୁହାଁ ରହିଛି । ଆଜି ପୁଣି ଭୁବନେଶ୍ୱରରୁ ୧୬୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୬୮ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ସେହିପରି ୧୧୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ୍ କରି ସୂଚନା ଦେଇଛି ।
Update on newly detected & cured #COVID19 cases in the last 24 hrs under the BMC area on 9th Aug 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/dZcNGzxals— BMC (@bmcbbsr) August 9, 2020
ଏହାକୁ ମିଶାଇ ରାଜଧାନୀରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୨୯ରେ ପହଂଚିଛି । ସେଥିମଧ୍ୟରୁ ୨୪୭୩ ଜଣ ସୁସ୍ଥ ହୋଇଥିବା ବେଳେ ୧୪୩୫ଟି ଆକ୍ଟିଭ କେସ୍ ରହିଛି । ସେହିପରି ଏଯାଏଁ କରୋନାରେ ୧୯ଜଣ ପ୍ରାଣ ହରାଇଛନ୍ତି ।
Comments are closed.