Latest Odisha News

BREAKING NEWS

‘ଗ୍ରାମାଂଚଳ ଅପେକ୍ଷା ସହରାଂଚଳରେ ସଂକ୍ରମଣ ସଂଖ୍ୟା ଅଧିକ’

କଟକ: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ସିଲିଭର ସିଟି କଟକରେ ମଧ୍ୟ ବିପଦ ବଢ଼ୁଛି । ଗ୍ରାମାଂଚଳ ଅପେକ୍ଷା ସହରାଂଚଳରେ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗ୍ରାମାଂଚଳରେ ୬୪.୯% ଏବଂ ସହରାଂଚଳରେ ୫୩.୦୧% ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି ।

ସେ କହିଛନ୍ତି, ବଡମ୍ବା ଆଠଗଡ ଓ ନରସିଂହପୁରରେ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗ୍ରାମାଂଚଳ ପାଇଁ  ଜିଲ୍ଲାରେ ୧୮୨୧ଟି କୋଭିଡ ପରିଚାଳନା କେନ୍ଦ୍ର ରହିଛି। ମୋଟ ୧୦ ହଜାରରୁ ଉର୍ଦ୍ଧ୍ୱ କୋଭିଡ ଯୋଦ୍ଧା କାମ କରୁଛନ୍ତି। ୧୧୩ ଓ୍ଵାର୍ଡ କମିଟି ଗଠନ କରାଯାଇଛି। ଏହି ସଦସ୍ୟମାନେ ଘର ଘର ବୁଲି ଯାଇ ଟେଷ୍ଟ କରୁଛନ୍ତି।ଜୀବନ ଓ ଜୀବିକା ଉଭୟ ଉପରେ ଗୁରୁତ୍ୱ ଦିଆଯାଉଛି ।

ବର୍ତ୍ତମାନ ୮୯୮ ଆକ୍ରାନ୍ତ ଚିକିତ୍ସା ଚାଲିଛି । ଜିଲ୍ଲାର ପ୍ରତି ଶହେ ରୋଗୀ ମଧ୍ୟରୁ ୬୬ ଜଣ ସୁସ୍ଥ ହେଉଛନ୍ତି । କଟକ ଜିଲ୍ଲାରେ କରୋନା ମୃତ୍ୟୁ ହାର ମାତ୍ର ୦.୦୧% ରହିଛି । ୬୯ ଜଣଙ୍କ ଠାରୁ ଶହେରୁ ଅଧିକ ପ୍ଲାଜମା ସଂଗ୍ରହ କରାଯାଇଛି । ମୋଟ ୧୩୮ ୟୁନିଟ ପ୍ଲାଜମା ସଂଗ୍ରହ କରାଯାଇଛି । ୧୦୪ ୟୁନିଟ ବ୍ୟବହାର କରାଯାଇଛି। ଏଥିରେ କୋଭିଡ ରୋଗୀ ଉପକୃତ ହେବେ।

କଟକ ଜିଲ୍ଲା ଟେଷ୍ଟିଂ ଓ ଟ୍ରେନିଂ କ୍ଷେତ୍ରରେ ଉଦାହାରଣ ସୃଷ୍ଟି କରିଛି । କଟକରେ ୧୮ଟି ଜିଲ୍ଲାର ୧.୨୦ ଲକ୍ଷ ନମୁନା ପରୀକ୍ଷା ସରିଛି । ଦିନକୁ ହାରାହାରୀ ୯୮୩ ଜଣଙ୍କର ନମୁନା ପରୀକ୍ଷା ହେଉଛି । ଆସିୟୁ ଓ ଭେଂଟିଲେର ସଂଖ୍ୟା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ସହ କଟକରେ ଆଉ ଗୋଟିଏ କୋଭିଡ ସେଣ୍ଟ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।

ସେହିପରି କଟକ ମହାନଗର ନିଗମରେ ୭୭୩ଟି ଆକ୍ଟିଭ କେସ୍ ରଳହିଛି । କଂଟେନମେଂଟ ଜୋନ୍‌ରୁ ୨୯୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେଲୁଗୁ ସାହି ଓ ଜଲୱା ସାହିରୁ ଅଧିକ ପଜଟିଭ ଚିହ୍ନଟ । ବେହେରା ସାହିରୁ ଆକ୍ରାନ୍ତଙ୍କ ସଂଖ୍ୟା କମିଛି । ଏକ ସପ୍ତାହ ଯାଏ ମାଲଗୋଦାମ ନଯିବାକୁ ସିଏମ୍‌ସି କମିଶନର ଅନନ୍ୟା ଦାସ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.