Latest Odisha News

BREAKING NEWS

ଭାଙ୍ଗିଲା ରେକର୍ଡ, ୩୦ ଜିଲ୍ଲାରୁ ଗୋଟିଏ ଦିନରେ ୧୯୭୭ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଛି କରୋନା । ୨୪ ଘଂଟାରେ ୩୦ ଜିଲ୍ଲାରୁ ୧୯୭୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ କ୍ୱାରେଂଟାଇନ୍ ସେଂଟରରୁ ୧୨୪୧ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ୭୩୬ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ଜଣାଇଛି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୩୨ ଜଣ ଅଛନ୍ତି । ସେହିପରି ଗଂଜାମରୁ ୨୮୦, କଟକରୁ ୧୦୧, ଗଜପତିରୁ ୯୩, କୋରାପୁଟରୁ ୯୦, ଭଦ୍ରକରୁ ୧୧୮, ବାଲେଶ୍ୱରରୁ ୫୬, ମାଲକାନଗିରୁ ୫୨, କନ୍ଧମାଳରୁ ୬୦, ଯାଜପୁରରୁ ୬୯, ମୟୁରଭଂଜରୁ ୧୨୦, କଳାହାଣ୍ଡିରୁ ୪୮, ଢ଼େଙ୍କାନାଳରୁ ୪୦, ନୟାଗଡରୁ ୭୫, ରାୟଗଡାରୁ ୭୦, ସମ୍ବଲପୁରରୁ ୫୯, ସୁନ୍ଦରଗଡରୁ ୮୮, ପୁରୀରୁ ୮୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ନୂଆପଡାରୁ ୨୦, ନବରଙ୍ଗପୁରରୁ ୧୭, ସୋନପୁରରୁ ୭, କେନ୍ଦୁଝରରୁ ୧୦, କେନ୍ଦ୍ରାପଡାରୁ ୬, ଝାରସୁଗୁଡାରୁ ୧୧, ଜଗତସିଂହପୁରରୁ ୩୪, ବରଗଡରୁ ୨୨, ବଲାଙ୍ଗିରରୁ ୭, ସୋନପୁରରୁ ୭, ବୌଦ୍ଧରୁ ୫, ଅନୁଗୁଳ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪,୬୩୦ରେ ପହଂଚିଛି । ଏଥିରୁ ୧୬,୩୫୩ଟି ଆକ୍ଟିଭ କେସ୍ ରହିଛି । ଏଯାଏଁ କରୋନାରୁ ୩୭,୯୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.