ନୂଆଦିଲ୍ଲୀ: ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା ପୂର୍ବ ତୁଳନାରେ ଭଲ ଥିବା ରବିବାର ଦିନ କହିଛନ୍ତି ତାଙ୍କ ପୁଅ ଅଭିଜିତ ମୁଖାର୍ଜୀ ।
“ଗତକାଲି ମୁଁ ବାପାଙ୍କୁ ଦେଖା କରିବାକୁ ହସ୍ପିଟାଲ୍ ଯାଇଥିଲି । ଭଗବାନଙ୍କ କୃପା ଓ ଆପଣ ମାନଙ୍କ ଶୁଭେଚ୍ଛା ଫଳରେ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ହେଉଛି । ତାଙ୍କର ଭାଇଟାଲ୍ ପାରାମିଟର ସ୍ଥିର ରହିଛି ଏବଂ ଚିକିତ୍ସା ଦ୍ୱାରା ସ୍ଥିତିରେ ସୁଧାର ଆସୁଛି । ସେ ଆମ ସହ ଖୁବ୍ ଶୀଘ୍ର ଫେରିବେ ବୋଲି ଆମେ ଆଶା କରୁଛୁ” ବୋଲି ଟ୍ୱିଟ୍ କରି ଜଣାଇଛନ୍ତି ପୁଅ ଅଭିଜିତ ମୁଖାର୍ଜୀ ।
ଗତ ଅଗଷ୍ଟ ୧୦ ତାରିଖରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।
ଉଲ୍ଲେଖଯୋଗ୍ୟ, ପ୍ରଣବଙ୍କ ମୁଣ୍ଡରେ ରକ୍ତ ଜମାଟ ହୋଇଥିବାରୁ ଆର୍ ଆର୍ ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପଚାର କରା ଯାଇଥିଲା । ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।
ଅଧିକ ପଢନ୍ତୁ- ସୋସିଆଲ୍ ମିଡିଆରେ ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ନେଇ ମିଥ୍ୟା ଖବର ପୋଷ୍ଟ
Comments are closed.