Latest Odisha News

BREAKING NEWS

ମାଲକାନଗିରିରେ ୧୨ଶହ ଟପିଲା କରୋନା ସଂକ୍ରମଣ

ମାଲକାନଗିରି: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୯୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ ।

ପ୍ରାପ୍ତ ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୨୪ ଜଣ ମାଲକାନଗିରି ମୁନସିପାଲିଟି, କାଲିମେଳା ଓ ଖରିପୁଟ ବ୍ଲକରୁ ୧୮ ଜଣ ଲେଖାଏଁ, ମାଲକାନଗିରି ବ୍ଲକ ଓ ବାଲିମେଳା ଏନଏସିରୁ ୧୦ ଜଣ ଲେଖାଏଁ, କୋରୁକୋଣ୍ଡା ବ୍ଲକରୁ ୬, ଚିତ୍ରକୋଣ୍ଡା ବ୍ଲକରୁ ୪ ଏବଂ ମୈଥିଲି ବ୍ଲକରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହାବ୍ୟତିତ ସେମାନଙ୍କ ମଧ୍ୟରେ ଜଣେ କରୋନା ଯୋଦ୍ଧା ରହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ମୋଟ୍ ୧୨୪୯ କରୋନା ମାମଲା ରହିଥିବା ବେଳେ ୭୮୭ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହାଛଡା ୨ଜଣ ମୃତ୍ୟୁ ବରଣ କରିଥିବା ବେଳେ ୪୬୦ ଆକ୍ଟିଭ କେସ୍ ରହିଛି ।

Leave A Reply

Your email address will not be published.