Latest Odisha News

BREAKING NEWS

ମନ୍ଦିର ପରିସରରେ ମହିଳାଙ୍କ ମୃତ୍ୟୁ

ବ୍ରହ୍ମପୁର: ହରିଦପଦର ପଞ୍ଚାୟତ ଅନ୍ତର୍ଗତ ଭେଙ୍କଟ୍ରାପଲ୍ଲୀ ଗାଁର ସୁଦାମ ନାହକଙ୍କ ପତ୍ନୀ ରଞ୍ଜିତା ନାହକଙ୍କ ମୃତଦେହ ମୁକେଶ୍ୱର ମନ୍ଦିର ପରିସରରେ ପଡ଼ିଥିବା ସୂଚନା ମିଳିଛି।

ପରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି।

ପ୍ରାଥମିକ ତଦନ୍ତ ଅନୁଯାୟୀ ଏହି ଘଟଣା ପଛରେ ପାରିବାରିକ କଳହ ଥିବା ଜଣାପଡିଛି। ସମ୍ପୃକ୍ତ ମହିଳା ଜଣକ ମନ୍ଦିର ଯାଇଥିବା ବେଳେ ତାଙ୍କ ଦେଢଶୁର ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ତେବେ ଏହି ହତ୍ୟା ମାମଲାର ତଦନ୍ତ ଜାରି ରଖିଛି ପୋଲିସ।

Comments are closed.