Latest Odisha News

BREAKING NEWS

ସେପ୍ଟେମ୍ବର ପ୍ରଥମ ସପ୍ତାହରେ ବାହାରିବ ଯୁକ୍ତ ୨ କଳା ପରୀକ୍ଷା ଫଳ

ଭୁବନେଶ୍ୱର: ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ କଳା ପରୀକ୍ଷା ଫଳାଫଳ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

ଅଗଷ୍ଟ ଶେଷ ସପ୍ତାହରେ ଏହି ପରୀକ୍ଷା ଫଳ ବାହାରିବାର ଥିଲା । ମାତ୍ର CHSEର ୨ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ପରେ ପରୀକ୍ଷାଫଳ ବିଳମ୍ବ ହେବା ନେଇ ଜଣାପଡିଛି। ଏନେଇ ସୂଚନା ଦେଇଛନ୍ତି, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

ଗତ ୧୯ ତାରିଖରେ ବାଣିଜ୍ୟ ଫଳାଫଳ ପ୍ରକାଶ ପାଇଥିଲା। ଏହାପୂର୍ବରୁ ବିଜ୍ଞାନ ଫଳ ପ୍ରକାଶିତ ହୋଇଥିଲା । ଗତବର୍ଷ ଅପେକ୍ଷା ଏଥର ୩ ମାସ ବିଳମ୍ବରେ ପ୍ରକାଶ ପାଉଛି ରେଜଲ୍ଟ ।

Leave A Reply

Your email address will not be published.