ନ୍ୟୁୟର୍କ: ୨ ବର୍ଷ ହେବ ଆତଙ୍କବାଦୀ ଗୋଷ୍ଠୀ ଆଇଏସଆଇଏସକୁ ଦମନ କରାଯାଇଥିଲେ ମଧ୍ୟ ଏବେ ବି ସେମାନଙ୍କ ନିକଟରେ ୧୦,୦୦୦ରୁ ଅଧିକ ଆତଙ୍କବାଦୀ ଅଛନ୍ତି । ମଙ୍ଗଳବାର ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଏ ନେଇ ଚିନ୍ତା ବ୍ୟକ୍ତ ମଧ୍ୟ କରାଯାଇଛି । ଇରାକ, ସିରିୟାରେ ଏବେ ବି ଆଇଏସ ସକ୍ରିୟ ଅଛି ବୋଲି ଏହାର ସଚିବ ଭ୍ଲାଦିମିର ବୋରାନାକୋଭ କହିଛନ୍ତି ।
ଆଇଏସ, ଆଇଏସଆଇଏଲ, ଆଇଏସଆଇଏସ ଏକତ୍ର ହୋଇ ନିଜକୁ ଶକ୍ତିଶାଳୀ କରୁଛନ୍ତି ବୋଲି ୟୁଏନ ପକ୍ଷରୁ କୁହାଯାଇଛି । କରୋନା ଯୋଗୁ ଆତଙ୍କବାଦୀ ଆକ୍ରମଣ କମ୍ ହୋଇଥିଲେ ମଧ୍ୟ ସେମାନଙ୍କୁ ଏହା ସଂଗଠିତ କରିବା ସୁଯୋଗ ପ୍ରଦାନ କରିଛି ବୋଲି ବୋରୋନାକୋଭ କହିଛନ୍ତି ।
Comments are closed.