Latest Odisha News

BREAKING NEWS

ସଂକ୍ରମଣରେ ଚାଇନାକୁ ଟପିବ ଓଡିଶା : ମୋଟ ସଂଖ୍ୟା ୮୪୦୦୦ ପାର୍

ଭୁବନେଶ୍ୱର: ରାଜ୍ୟରେ ସଙ୍ଗିନ ହେଉଛି କରୋନା ସ୍ଥିତି। ସଂକ୍ରମଣରେ ଚୀନକୁ ଟପିବାକୁ ବସିଲାଣି ଓଡିଶା। ରିପୋର୍ଟ ଅନୁଯାୟୀ ଚୀନର ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୪,୯୮୧ ହୋଇଥିବା ବେଳେ ଓଡ଼ିଶାରେ ସଂକ୍ରମିଟଙ୍କ ସଂଖ୍ୟା ପହଞ୍ଚିଛି ୮୪,୨୩୧ ରେ ।

ରିପୋର୍ଟ ଅନୁଯାୟୀ, ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୫୧୯ ଜଣ ପଜିଟିଭ ।

ଆଜି ଚିହ୍ନଟ ପଜିଟିଭଙ୍କ ମଧ୍ୟରୁ ୧୭୦୮ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ଏବଂ ୧୦୪୪ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨୬,୮୨୬ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୫୬,୯୨୪ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ଏହାସହ ରାଜ୍ୟରେ କୋଭିଡ୍ ଟେଷ୍ଟିଂ ସଂଖ୍ୟା ମଧ୍ୟ ବଢୁଛି । ଆଜି ଗୋଟିଏ ଦିନରେ ଏହା ୫୮ ହଜାର ପାର ହୋଇଛି।

Leave A Reply

Your email address will not be published.