Latest Odisha News

BREAKING NEWS

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା; ହାଇକୋର୍ଟର ଦ୍ୱାରସ୍ଥ ହେଲେ ପତ୍ନୀ

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଶ୍ରୀଙ୍କ ସମେତ ୪ ଜଣକର ଲାଇ ଡିଟେକ୍ସନ ଟେଷ୍ଟ ହୋଇଛି । ଯାହାର ଗୋଟିଏ ଦିନ ପରେ ପତ୍ନୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବା ଲାଗି ବିଦ୍ୟାଶ୍ରୀଙ୍କ ସମେତ ତାଙ୍କ ପରିବାର ଲୋକେ ଏହି ମାମଲାରେ ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ପିଟିସ୍ ଦାଖଲ କରିଛନ୍ତି ।

ଏହାଛଡା ଗତକାଲି ଭୁବନେଶ୍ୱର ସ୍ଥିତ ଫରେନସିକ୍ ଲ୍ୟାବରେ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରା ଯାଇଥିବା ବେଳେ ତାଙ୍କୁ ଅନେକ ପ୍ରଶ୍ନ ପଚରା ଯାଇଥିଲା । ବିଦ୍ୟାଶ୍ରୀଙ୍କ ବ୍ୟତିତ ଆଦିତ୍ୟଙ୍କ ସହଯୋଗୀ ପପୁ, ବିକାଶ ଓ ଦୀପୁର ଲାଇ ଡିଟେକ୍ସନ ଟେଷ୍ଟ କରାଯିବା ନେଇ ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ, ଗତ ଜୁଲାଇ ୭ ତାରିଖରେ ଆଦିତ୍ୟଙ୍କର ମୃତଦେହ ଲିଙ୍ଗରାଜ ଷ୍ଟେସନର ରେଳ ଧାରଣାରୁ ମିଳିଥିଲା । ଏହି ଘଟଣାର ତଦନ୍ତ ପ୍ରଥମେ ଜିଆରପି କରୁଥିଲା ବେଳେ ପରେ ପୋଲିସ ଡିଜି ଏହାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ଦେଇଥିଲେ।

Leave A Reply

Your email address will not be published.