Latest Odisha News

BREAKING NEWS

ସେପ୍ଟେମ୍ବର ୧୦ରେ ବାୟୁସେନାରେ ଆନୁଷ୍ଠାନିକ ଭାବେ ସାମିଲ ହେବ ରାଫେଲ୍ ଜେଟ୍

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୦ ତାରିଖ ଦିନ ଅମ୍ବାଲା ଏୟାର୍‌ବେସ୍‌ରେ ଭାରତୀୟ ବାୟୁସେନାରେ ଆନୁଷ୍ଠାନିକ ଭାବେ ସାମିଲ ହେବ ଲଢୁଆ ରାଫେଲ୍ ଯୁଦ୍ଧ ବିମାନ । ଏହି ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । କାର‌୍ୟ୍ୟକ୍ରମରେ ଯୋଗ ଦେବାକୁ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ୍ ପାର୍ଲିଙ୍କୁ ନିମନ୍ତ୍ରଣ ଦିଆଯାଇଛି ।

ଫ୍ରାନ୍ସରୁ ଭାରତ ଆସିଛି ୫ଟି ରାଫେଲ୍ ଜେଟ୍ । ଗତ ଜୁଲାଇ ୨୯ ତାରିଖରେ ଅମ୍ବାଲା ଏୟାରବେସରେ ଅବତରଣ କରିଥିଲେ । ଏବେ ଆନୁଷ୍ଠାନିକ ଭାବରେ ଭାରତୀୟ ବାୟୁସେନାରେ ସାମିଲ ହେବ ରାଫେଲ ଯୁଦ୍ଧ ବିମାନ ।

ଏହି ୫ଟି ରାଫେଲ୍ ହେଉଛି ବାୟୁସେନାର ‘ଗୋଲ୍‌ଡେନ୍ ଆରୋଜ୍’ ନାମରେ ପରିଚିତ ୧୭ ସ୍କ୍ୱାଡର୍ଣ୍ଣର ଅଂଶବିଶେଷ। ଫ୍ରାନ୍ସରୁ ମୋଟ୍ ୩୬ଟି ରାଫେଲ୍ ଜେଟ୍ କିଣିବା ପାଇଁ ଭାରତ ସରକାର ଚୁକ୍ତି କରିଛନ୍ତି । ପ୍ରଥମ ପର‌୍ୟ୍ୟାୟରେ ଆସିଛି ୫ଟି ।

Leave A Reply

Your email address will not be published.