Latest Odisha News

BREAKING NEWS

କରୋନାରେ ପ୍ରାଣ ହରାଇଲେ ଭୁବନେଶ୍ୱର ମଧ୍ଯ ବିଧାୟକଙ୍କ ପିଏସଓ

ଭୁବନେଶ୍ୱର: ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପିଏସଓ ଆଶିଷ ମହାକୁଳଙ୍କର କରୋନାରେ ମୃତ୍ୟୁ ହୋଇଛି ।

ଅଗଷ୍ଟ ୧୭ ତାରିଖରେ ବିଧାୟକ, ପିଏସଓ ଆଶିଷ ଏବଂ ତାଙ୍କ ଡ୍ରାଇଭରଙ୍କର କରୋନା ପରୀକ୍ଷଣ କୋଭିଡ୍ ପରୀକ୍ଷା କରାଯାଇଥିଲା ।

ଆଶିଷଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ସହ ଜ୍ୱର, କାଶ ଓ ଥଣ୍ଡା ହେବାରୁ ୨୧ ତାରିଖରେ ତାଙ୍କୁ ହାଇଟେକ୍ ହସ୍ପିଟାଲରେ ତାଙ୍କୁ ଭର୍ତି କରାଯାଇଥିଲା । ଅଗଷ୍ଟ ୨୫ ତାରିଖରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଆହୁରି ଗୁରୁତର ହେବାର ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା ଓ ଭେଂଟିଲେଟରରେ ରଖାଯାଇଥିଲା । ତେବେ ଶେଷରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Leave A Reply

Your email address will not be published.