Latest Odisha News

BREAKING NEWS

ହୀରାକୁଦରେ ୪୬ ଟି ଗେଟ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର: ବନ୍ୟା ଜଳ ନିଷ୍କାସନ ପାଇଁ ହିରାକୁଦ ଡ୍ୟାମର ୪୬ ରି ଗେଟକୁ ଖୋଲିଛନ୍ତି ଜଳଭଣ୍ଡାର କତ୍ତୃପକ୍ଷ। ମହାନଦୀର ଉପରମୁଣ୍ଡରେ ଲଗାତାର ବର୍ଷା ହେବା ପରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସତର୍କ ରେଖା ଟପିଛି ।

ବର୍ତ୍ତମାନ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୮ଲକ୍ଷ ୨ହଜାର ୫ଶହ ୯୮ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ୭ ଲକ୍ଷ ୬୪ ହଜାର ୪ଶହ ୭୯ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି । ହୀରାକୁଦର ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ହୋଇଥିବା ବେଳେ, ବର୍ତ୍ତମାନ ଜଳସ୍ତର ୬୨୭ ଦଶମିକ ୮୫ ଫୁଟ ରହିଛି ।

Leave A Reply

Your email address will not be published.