Latest Odisha News

BREAKING NEWS

ଦେଶରେ ୩୪ ଲକ୍ଷ ଟପିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ମୋଟ୍ ସଂଖ୍ୟା ୩୪ ଲକ୍ଷ ୬୩ ହଜାର ୯୭୩ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ଏଯାବତ୍ କରୋନାଭାଇରସ ସଂକ୍ରମଣରେ ୬୨ ହଜାର ୫୫୦ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂଆ ୭୬ ହଜାର ୪୭୨ ଆକ୍ରାନ୍ତ ଏବଂ ୧୦୨୧ ମୃତ୍ୟୁ ମାମଲା ରେକର୍ଡ କରାଯାଇଛି ।

ଆହୁରି ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁଯାୟୀ କରୋନା ସଂକ୍ରମଣରୁ ଏପର୍ଯ୍ୟନ୍ତ ୨୬ ଲକ୍ଷ ୪୮ ହଜାର ୯୯୯ ଜଣ ବ୍ୟକ୍ତି ଆରୋଗ୍ୟ ଲାଭ କରିଥିବା ବେଳେ ବର୍ତ୍ତମାନ ସକ୍ରିୟ ମାମଲା ୭,୫୨,୪୨୪ ରହିଛି।

ସୂଚନାଯୋଗ୍ୟ, ଏହା ଧୀରେଧୀରେ ଇଂଲଣ୍ଡ, ଥାଇଲାଣ୍ଡ, ଆମେରିକା, ତାଇୱାନ୍, ଭିଏତନାମ, ସିଙ୍ଗାପୁର ଓ ୟୁରୋପ ଭଳି ପାଖାପାଖି ୧୮୮ରୁ ଅଧିକ ଦେଶକୁ କରୋନା ଭୂତାଣୁ ବ୍ୟାପିବାରେ ଲାଗିଛି ।

Comments are closed.