Latest Odisha News

BREAKING NEWS

ପୋଲିସ ଏସ୍‌ଆଇଙ୍କୁ ଅପହରଣ ପରେ ହତ୍ୟା କଲେ ନକ୍ସଲ

ମାଲକାନଗିରି: ପୁଣି ମାଲକାନଗିରି ଜିଲ୍ଳା ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲାରେ ମାଲିତଲେ ନକ୍ସଲ । ଜଣେ ପୋଲିସ ଏସ୍‌ଆଇଙ୍କୁ ଅପହରଣ କରି ତାଙ୍କୁ ହତ୍ୟା କରିଛନ୍ତି । ମୃତ ଏଏସ୍‌ଆଇଙ୍କ ନାମ ନଗେୟା କର୍ସା ବୋଲି ଜଣାପଡ଼ିଛି।

ଗତକାଲି ବିଳମ୍ବିତ ରାତିରେ ନଗେୟା କର୍ସା ଡିୟୁଟିରୁ ଫେରୁଥିବା ବେଳେ ନକ୍ସଲମାନେ ତାଙ୍କୁ ମାଳାପେଟାରୁ ଅପହରଣ କରି ନେଇଥିଲେ। ଆଜି ସକାଳେ ଏଏସ୍‌ଆଇଙ୍କୁ ହତ୍ୟା କରି ଭେରମଗଡ଼ ନିକଟସ୍ଥ ରାସ୍ତାରେ ଫିଙ୍ଗି ଦେଇ ଚାଲି ଯାଇଥିଲେ। ଏଥିସହିତ ଘଟଣାସ୍ଥଳରେ ଏକ ପୋଷ୍ଟର ଛାଡ଼ି ନଗେୟା କର୍ସାଙ୍କୁ ହତ୍ୟା କରିଥିବା ସେଥିରେ ଉଲ୍ଲେଖ କରିଥିଲେ।

ଏହି ହତ୍ୟାକାଣ୍ଡ ସମ୍ପର୍କରେ ଖବର ପାଇ ଛତିଶଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହିତ ଉକ୍ତ ଅଞ୍ଚଳକୁ ସିଲ କରିବା ସହିତ କମ୍ବିଂ ଅପରେସନ୍‌ ଆରମ୍ଭ କରିଛି ଛତିଶଗଡ଼ ପୁଲିସ ।

Leave A Reply

Your email address will not be published.