Latest Odisha News

‘ମାମୁ ଭଣଜା ଯୋଡି ଡିନାମାଇଟ ଲଗାଇ ବନ୍ଧ ଭାଙ୍ଗିଛନ୍ତି’

ଭୁବନେଶ୍ୱର: ମାମୁ ଭଣଜା ଯୋଡି ଡିନାମାଇଟ ଲଗାଇ ନଦୀର ବନ୍ଧ ଭାଙ୍ଗିଛନ୍ତି । ନଦୀ ବନ୍ଧ ଭାଙ୍ଗି ଲକ୍ଷାଧିକ ଲୋକଙ୍କ ଜୀବନକୁ ସଂକଟାପନ୍ନ କରିଛନ୍ତି । ଏପରି କହି ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପରେ ବର୍ଷିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ।

ସେ କହିଛନ୍ତି, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ହେଉଛନ୍ତି ଭଣଜା । ଆେଉ ଜେଇ ନରେନ୍ ଜେନା ହେଉଛନ୍ତି ମାମୁ । ଡିନାମାଇଟ ବିସ୍ଫୋରଣ ଯୋଗୁଁ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କେଲୁଅ ନଦୀ କୂଳରେ ଥିବା ରାମପୁର ଓ ବୁଦ୍ଧଲିଙ୍ଗ ଗାଁ ମଝି ନଦୀରେ ୩ ଶହ ଫୁଟର କୁତ୍ରୁମ ଘାଇ ସୃଷ୍ଟି ହୋଇଛି । ଦୁଇ ଦିନ ତଳେ ରାତି ଅଧିଆ ଡିନାମାଇଟ ଲଗାଇ ଏପରକି କରିଥିବା ସେ ଅଭିଯୋଗ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ସାଢ଼େ ୨୪ କୋଟି ଟଙ୍କା ବ୍ୟୟ ଅଟକଳରେ ଗତବର୍ଷ ଏହି ବନ୍ଧ ନିର୍ମାଣ ହୋଇଥିଲା । ଯେଉଁମାନେ ଡିନାମାଇଟ ଲଗାଇ ଡଙ୍କାରୀ ପାହାଡ଼ ଫଟଉଛନ୍ତି ସେହିମାନେ ବନ୍ଧ ଭାଙ୍ଗିଛନ୍ତି । ଏଭଳି ଘଟଣା ଆଗରୁ କେବେ ଘଟି ନଥିଲା । ଏହି ନଦୀ ବନ୍ଧ ରୋଡ଼ ୪ଟି ପଂଚାୟତକୁ ସଂଯୋଗ କରୁଥିଲା । ବନ୍ଧ ଭାଙ୍ଗିବା ଯୋଗୁଁ ଏବେ ୬୭ଟି ୱାର୍ଡକୁ ଯୋଗଯୋଗ ବିଛିନ୍ନ ହୋଇଛି । ୫ହଜାର ଲୋକ ପାଣି ଘେରରେ ଅଛନ୍ତି । ବିଧାୟକଙ୍କ ସାହସ ବିନା ଏ କାର‌୍ୟ୍ୟ ଅସମ୍ଭବବୋଲି କହିଛନ୍ତି ଲେଖାଶ୍ରୀ । .ଜନସାଧାରଣଙ୍କ ସମ୍ପତ୍ତି ନଷ୍ଟ କରିବା ଓ ଜନଜୀବନକୁ ବିପଦ ମୁହଁରେ ପକାଇବା ବିରୋଧରେ ଦୃଢ କାର‌୍ୟ୍ୟାନୁଷ୍ଠାନ ଦାବି କରିଛି ବିଜେପି ।

Leave A Reply

Your email address will not be published.