ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପରେ ରାଜ୍ୟ ସରକାର ଅନ୍ଲାକ୍-୪ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି । ଅବରୋଧ ଅଞ୍ଚଳ ବା କଣ୍ଟେନମେଣ୍ଟ ଜୋନଗୁଡ଼ିକରେ ଲକଡାଉନକୁ ସେପ୍ଟେମ୍ବର ୩୦ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି । କିନ୍ତୁ କଣ୍ଟେନମେଣ୍ଟ ଜୋନ ବାହାରେ ଜିଲ୍ଲା ଓ ସବଡିଭିଜନରେ ଲକଡାଉନ ଲାଗୁ ହେବ ନାହିଁ ବୋଲି ରାଜ୍ୟ ସରକାର କହିଛନ୍ତି ।
ସେପ୍ଟେମ୍ବର ୨୧ରୁ ରାଜ୍ୟରେ ମୁକ୍ତାକାଶ ପ୍ରେକ୍ଷାଳୟ ଖୋଲିବାକୁ ଅନୁମତି ଦିଆଯାଇଛି । କିନ୍ତୁ ସିନେମା ହଲ, ବାର, ଅଡିଟୋରିୟମ, ସ୍ୱିମିଂ ପୁଲ, ମନୋରଂଜନ କଂପ୍ଲେକ୍ସ, ଖୋଲିବାକୁ ଅନୁମତି ଦିଆଯାଇନାହିଁ । ସେହିପରି ଗୃହମନ୍ତ୍ରାଳୟ ଅନୁମୋଦିତ ବିମାନସେବା ବ୍ୟତିତ ଅନ୍ୟ ବିମାନସେବା ପାଇଁ ଅନୁମତି ଦିଆଯାଇନାହିଁ । ସାମାଜିକ, ରାଜନୈତିକ, ଧାର୍ମିକ ସମାବେଶ ଓ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନକୁ ଅନୁମତି ଦିଆଯାଇନାହିଁ । ପରବର୍ତ୍ତିକାଳରେ ସ୍ଥିତିର ଆକଳନ କରି ଏଗୁଡ଼ିକୁ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକୁ ପୂଜାଛୁଟି ପର୍ୟ୍ୟନ୍ତ ପୂର୍ବରୁ ହିଁ ବନ୍ଦ କରାଯାଇଛି ।
Comments are closed.