Latest Odisha News

BREAKING NEWS

ଆଜି ଭୁବନେଶ୍ୱରରୁ ପୁଣି ୩୦୭ ସଂକ୍ରମିତ ଚିହ୍ନଟ, ୩୦୧ ସୁସ୍ଥ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ପୁଣି ସର୍ବାଧିକ କରୋନା ପଜିଟିଭ ଚିହ୍ନଟ ହୋଇଛି । ଗତ ୨୪ ଘଂଟା ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମରୁ ୩୦୭ ଜଣ ନୂଆ କରୋନା ଆକ୍ରାନ୍ତ ବାହାରିଛନ୍ତି । ମଙ୍ଗଳବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୩୫ ଜଣ ରହିଥିବା ବେଳେ ୧୭୨ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ ।

ଗୋଟିଏ ପଟେ ଯେତିକି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେତିକି ସଂକ୍ରମିତ ହୋଇଛନ୍ତି । ଆଜି ୩୦୧ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହା ରାଜଧାନୀ ପାଇଁ ଖୁସି ଖବର । ଏନେଇ ବିଏମ୍‌ସି ଟୁଇଟ କରି ସୂଚନା ଦେଇଛି ।

ଆଜିର ନୂଆ କରୋନା ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦୭୩୨ରେ ପହଞ୍ଚିଛି । ସେଥିମଧ୍ୟରୁ ୬୬୩୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪୦୪୩ଟି ଆକ୍ଟିଭ କେସ୍ ରହିଛି । ସେହିପରି ୪୨ ଜଣଙ୍କ ମୃତ୍ୟୁ ହୋଇଛି ।

Comments are closed.