Latest Odisha News

ଭାରତ ସୀମାରେ ଚୀନର ଅନୁପ୍ରବେଶ ଉଦ୍ୟମକୁ ନିନ୍ଦା କଲା ଆମେରିକା

ନୂଆଦିଲ୍ଲୀ: ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରି ପୁନର୍ବାର ଚୀନ ବିଫଳ ହୋଇଛି । ଭାରତୀୟ ସେନାଙ୍କ କଡା ଆଭିମୁଖ୍ୟ ଯୋଗୁ ଡ୍ରାଗନ ପଛକୁ ହଟିଛି । ମଙ୍ଗଳବାର ଆମେରିକାର ଡେପୁଟି ସେକ୍ରେଟାରୀ ଷ୍ଟିଫେନ୍ ବିଗନ କହିଛନ୍ତି, ଚୀନ ବାରମ୍ବାର ଭୁଲ କରୁଛି । ସବୁ ଦିଗରେ ବିସ୍ତାରବାଦୀ ନୀତି ଆପଣାଇବାକୁ ଉଦ୍ୟମ କରି ଶତ୍ରୁ ସୃଷ୍ଟି କରୁଛି ।

BjdElectrycity

ଚୀନର ଏହି ପ୍ରୟାସକୁ ଆମେରିକା କେବେ ହେଲେ ସଫଳ କରାଇ ଦେବ ନାହିଁ ବୋଲି ସେ କହିଛନ୍ତି । ଭାରତ, ଜାପାନ ଓ ଅଷ୍ଟ୍ରେଲିଆ ପରି ଦେଶଙ୍କ ସହ ଆମେରିକାର ସମର୍ଥନ ରହିଛି । ଚୀନକୁ ରୋକିବା ନେଇ ଏ ନେଇ ଏକ ରଣନୀତି ପ୍ରସ୍ତୁତ କରାଯାଉଛି ବୋଲି ବିଗନ କହିଛନ୍ତି ।

Leave A Reply

Your email address will not be published.