ଭୋପାଳ: କ୍ରୀଡା ବିତ୍ଙ୍କ ପରି ଫିଲ୍ମ ତାରକାଙ୍କର ମଧ୍ୟ ଡୋପ୍ ଟେଷ୍ଟ କରାଇବା ପାଇଁ ମଧ୍ୟପ୍ରଦେଶର ଚିକିତ୍ସା ଶିକ୍ଷା ମନ୍ତ୍ରୀ ବିଶ୍ୱାସ ସାରଙ୍ଗ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ପତ୍ର ଲେଖିଛନ୍ତି ।
ଆଜିକାର ସମୟରେ ଯୁବ ପିଢିଙ୍କ ଆଇକନ୍ ପାଲଟିଛନ୍ତି ଫିଲ୍ମ ଷ୍ଟାର ମାନେ । ଏପରିକି ଯୁବପିଡି ମାନେ ଅଭିନେତା ତଥା ଅଭିନେତ୍ରୀ ମାନଙ୍କର ଷ୍ଟାଇଲ୍ ଓ ଡ୍ରେସ୍ ଡିଜାଇନକୁ ମଧ୍ୟ ଅନୁସରଣ କରିଥାନ୍ତି ।
ଏବେକାର ସମୟରେ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମାମଲାରେ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସୁଛି । ଫିଲ୍ମ ଷ୍ଟାରଙ୍କ ମଧ୍ୟରେ ଡ୍ରଗ୍ସର ପ୍ରଚଳନ ବଢୁଥିବାରୁ ଏଥିପ୍ରତି ଯୁବପିଢି ଆକର୍ଷିତ ହେଉଛନ୍ତି ।
ଆହୁରି ମଧ୍ୟ ଖେଳାଳିଙ୍କ ଭଳି ଫିଲ୍ମ ତାରକାଙ୍କର ମଧ୍ୟ ଡୋପ୍ ଟେଷ୍ଟ କରାଇବା ଲାଗି ଦାବି କରିଛନ୍ତି ବିଶ୍ୱାସ ସାରଙ୍ଗ ।
Comments are closed.