ପୁରୀ: ଘରେ ସମସ୍ତେ ଦେବ ଦେବୀଙ୍କୁ ରଖିବାକୁ ଓ ପୂଜା କରିବା ଭଲ ପାଇଥାନ୍ତି । ଏଥିରେ ଭକ୍ତି ଓ ଆନ୍ତରିକତା ଜଡିତ ଥାଏ । ତେବେ ଆମେ ଅଜାଣତରେ ମଧ୍ୟ ପ୍ରତିମା ରଖିବାରେ କେତେକ ଭୁଲ କରିଥାଉ । ଯାହା ଫଳରେ ଏହା ପରୋକ୍ଷରେ ଆମ ପ୍ରତି ଅଶୁଭ ଫଳ ପ୍ରଦାନ କରିଥାଏ । ଆସନ୍ତୁ ଜାଣିବା ଘରେ କେଉଁ ଦେବତାଙ୍କ ପ୍ରତିମା କେତୋଟି ରହିବା ଉଚିତ ।
ବିଘ୍ନ ବିନାଶକଙ୍କ ଘରେ ସର୍ବଦା ୨, ୪ ଓ ୬ ସମ ସଂଖ୍ୟାର ପ୍ରତିମା ରହିଲେ ଭଲ । ବିଷମ ସଂଖ୍ୟାର ମୂର୍ତି ରହିଲେ ଫଳ ବୀପରୀତ ହୋଇଥାଏ । ସେହିପରି ଦେବୀ ଦୁର୍ଗାଙ୍କ ମୂର୍ତି ସଂଖ୍ୟା ଯେପରି କେବେ ହେଲେ ୩ ହେବ ନାହିଁ । ଏହାଠାରୁ କମ୍ ଓ ଅଧିକ ରଖିଲେ ଚଳିବ ।
ଶିବଲିଙ୍ଗ ଘରେ ରଖୁଥିଲେ ଏହା ଯେପରି ଆଙ୍ଗୁଳିର ପ୍ରଥମ ପଗ ଠାରୁ ବଡ ହୋଇ ନ ଥିବ । ବଡ ଶିବଲିଙ୍ଗ ମନ୍ଦିର ପାଇଁ ଠିକ୍ । ଘରେ ରଖିଲେ ଖରାପ ପ୍ରଭାବ ପକାଇଥାଏ । ହନୁମାନଙ୍କର ଗୋଟିଏ ପ୍ରତିମା ଘରେ ରଖାଯିବା ଉଚିତ । ସେ ବ୍ରହ୍ମଚାରୀ ହୋଇଥିବାରୁ ସମ୍ପୂର୍ଣ୍ଣ ନୀତି ନିୟମରେ ଘରେ ରଖାଯିବା ଉଚିତ । ବାଳଗୋପାଳଙ୍କ ମୂର୍ତି ଗୋଟିଏ ରଖିଲେ ଶୁଭ ଫଳ ପ୍ରଦାନ କରିଥାଏ । ଏହାର ପ୍ରାଣ ପ୍ରତିଷ୍ଠାର ଆବଶ୍ୟକତା ନ ଥାଏ । ସେ ସ୍ୱୟଂ ସିଦ୍ଧ ଅଟନ୍ତି । ଏହାକୁ ସିଧାସଳଖ ଘରକୁ ଅଣାଯାଇ ପୂଜା କରାଯାଇ ପାରିବ । ସେହିପରି ପୂଜା ଘରେ ଅଧିକ ମୂର୍ତି ରଖିଲେ ଭଲ ନୁହେଁ । ସମସ୍ତ ଦେବ ଦେବୀଙ୍କର ନିର୍ଦ୍ଦିଷ୍ଟ ପୂଜା ଶୈଳୀ ଥାଏ । ଅଧିକ ପ୍ରତିମା ରଖିଲେ ଏଥିରେ ବ୍ୟତିକ୍ରମ ଦେଖା ଯାଇଥାଏ ।
BREAKING NEWS
- ଟି୨୦ ବିଶ୍ୱକପ କ୍ରିକେଟ: ଘୋଷଣା ହେଲା ମ୍ୟାଚ ଅଫିସିଆଲଙ୍କ ନାମ, ୨ଜଣ ଭାରତୀୟ ସାମିଲ
- Black Tigers: ରାଜ୍ୟରେ ବଢିଛି କଳା ବାଘଙ୍କ ସଂଖ୍ୟା..
- First newspaper in india: ଭାରତର ପ୍ରଥମ ଖବରକାଗଜ…ଦୋହଲାଇ ଦେଇଥିଲା ବ୍ରିଟିଶ ଶାସନର ମୂଳଦୁଆ
- High Court: ପୁରୀ ଜିଲ୍ଲାପାଳଙ୍କୁ ଅଦାଲତ ଅବମାନନା ନୋଟିସ୍ ଜାରି କଲେ ହାଇକୋର୍ଟ..
- ଚୀନରେ ଏସିଆନ୍ ଇନଡୋର ଆଥଲେଟିକ୍ସ ଚାମ୍ପିଅନସିପ୍… କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ଦଳର ପ୍ରଶିକ୍ଷଣ ଆରମ୍ଭ
- AI Data Centers In Space: ମହାକାଶରେ ଖୋଲିବ AI ଡାଟା ସେଣ୍ଟର, ଐତିହାସିକ ପଦକ୍ଷେପ ନେବାକୁ ଯାଉଛନ୍ତି SpaceX CEO…
- EPFO: ସର୍ବନିମ୍ନ ପେନସନ୍ ୭,୫୦୦ ଟଙ୍କାକୁ ବୃଦ୍ଧି କରିବେ କି ସରକାର? ଶ୍ରମ ମନ୍ତ୍ରୀ ଦେଲେ ବଡ଼ ସୂଚନା…
- ଅଦାଲତ ଅବମାନନା ମାମଲାରୁ ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ବଡ଼ ଆଶ୍ୱସ୍ତି
- India EU Trade Deal: ‘ମଦର୍ ଅଫ୍ ଅଲ୍ ଡ଼ିଲ’, ସରିଫ୍-ୟୁନୁସଙ୍କ ପାଇଁ କାଳ!
- Senior Citizens To Visit Puri: ବରିଷ୍ଠ ନାଗରିକ ଓ ବିଧବା ମହିଳାଙ୍କୁ ଜଗନ୍ନାଥ ଦର୍ଶନ କରାଇବେ ସରକାର
Comments are closed.