ପୁରୀ: ଘରେ ସମସ୍ତେ ଦେବ ଦେବୀଙ୍କୁ ରଖିବାକୁ ଓ ପୂଜା କରିବା ଭଲ ପାଇଥାନ୍ତି । ଏଥିରେ ଭକ୍ତି ଓ ଆନ୍ତରିକତା ଜଡିତ ଥାଏ । ତେବେ ଆମେ ଅଜାଣତରେ ମଧ୍ୟ ପ୍ରତିମା ରଖିବାରେ କେତେକ ଭୁଲ କରିଥାଉ । ଯାହା ଫଳରେ ଏହା ପରୋକ୍ଷରେ ଆମ ପ୍ରତି ଅଶୁଭ ଫଳ ପ୍ରଦାନ କରିଥାଏ । ଆସନ୍ତୁ ଜାଣିବା ଘରେ କେଉଁ ଦେବତାଙ୍କ ପ୍ରତିମା କେତୋଟି ରହିବା ଉଚିତ ।
ବିଘ୍ନ ବିନାଶକଙ୍କ ଘରେ ସର୍ବଦା ୨, ୪ ଓ ୬ ସମ ସଂଖ୍ୟାର ପ୍ରତିମା ରହିଲେ ଭଲ । ବିଷମ ସଂଖ୍ୟାର ମୂର୍ତି ରହିଲେ ଫଳ ବୀପରୀତ ହୋଇଥାଏ । ସେହିପରି ଦେବୀ ଦୁର୍ଗାଙ୍କ ମୂର୍ତି ସଂଖ୍ୟା ଯେପରି କେବେ ହେଲେ ୩ ହେବ ନାହିଁ । ଏହାଠାରୁ କମ୍ ଓ ଅଧିକ ରଖିଲେ ଚଳିବ ।
ଶିବଲିଙ୍ଗ ଘରେ ରଖୁଥିଲେ ଏହା ଯେପରି ଆଙ୍ଗୁଳିର ପ୍ରଥମ ପଗ ଠାରୁ ବଡ ହୋଇ ନ ଥିବ । ବଡ ଶିବଲିଙ୍ଗ ମନ୍ଦିର ପାଇଁ ଠିକ୍ । ଘରେ ରଖିଲେ ଖରାପ ପ୍ରଭାବ ପକାଇଥାଏ । ହନୁମାନଙ୍କର ଗୋଟିଏ ପ୍ରତିମା ଘରେ ରଖାଯିବା ଉଚିତ । ସେ ବ୍ରହ୍ମଚାରୀ ହୋଇଥିବାରୁ ସମ୍ପୂର୍ଣ୍ଣ ନୀତି ନିୟମରେ ଘରେ ରଖାଯିବା ଉଚିତ । ବାଳଗୋପାଳଙ୍କ ମୂର୍ତି ଗୋଟିଏ ରଖିଲେ ଶୁଭ ଫଳ ପ୍ରଦାନ କରିଥାଏ । ଏହାର ପ୍ରାଣ ପ୍ରତିଷ୍ଠାର ଆବଶ୍ୟକତା ନ ଥାଏ । ସେ ସ୍ୱୟଂ ସିଦ୍ଧ ଅଟନ୍ତି । ଏହାକୁ ସିଧାସଳଖ ଘରକୁ ଅଣାଯାଇ ପୂଜା କରାଯାଇ ପାରିବ । ସେହିପରି ପୂଜା ଘରେ ଅଧିକ ମୂର୍ତି ରଖିଲେ ଭଲ ନୁହେଁ । ସମସ୍ତ ଦେବ ଦେବୀଙ୍କର ନିର୍ଦ୍ଦିଷ୍ଟ ପୂଜା ଶୈଳୀ ଥାଏ । ଅଧିକ ପ୍ରତିମା ରଖିଲେ ଏଥିରେ ବ୍ୟତିକ୍ରମ ଦେଖା ଯାଇଥାଏ ।
BREAKING NEWS
- କମର୍ସିଆଲ LPG ଦର ବଢ଼ାଇଲେ କେନ୍ଦ୍ର ସରକାର
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
Comments are closed.