Latest Odisha News

BREAKING NEWS

ଆସନ୍ତୁ ଜାଣିବା କାହିଁକି ହୋଟେଲରେ ନ ରହି ୨୯ ଲକ୍ଷ ଟଙ୍କାର ଭଡା ଘରେ ରହିଲେ ଟେନିସ ଷ୍ଟାର ଜୋକୋଭିଚ

ନ୍ୟୁୟର୍କ: ସର୍ବିୟାର ଷ୍ଟାର ଟେନିସ ଖେଳାଳି ନୋଭାକ ଜୋକୋଭିଚ ହୋଟେଲରେ ନ ରହି ୨୯ ଲକ୍ଷ ଟଙ୍କାର ଭଡା ଘରେ ରହିବା ପାଇଁ ନିଷ୍ପତି ନେଇଛନ୍ତି । ୟୁଏସ ଓପନ ଅବସରରେ ସମସ୍ତ ଖେଳାଳିଙ୍କ ହୋଟେଲରେ ରହିବା ବ୍ୟବସ୍ଥା କରାଯାଇଥିଲା । ମାତ୍ର ଜୋକୋଭିଚ ହୋଟେଲ ନ ରହି ଭଡା ଘରେ ରହିବା ପାଇଁ କହିଥିଲେ । ଏହା ଦ୍ୱାରା ମୁଁ ଶାନ୍ତିରେ ବିଶ୍ରାମ ନେଇପାରିବି ବୋଲି ସେ କହିଛନ୍ତି ।

ଚଳିତ ୟୁଏସ ଓପନର ଦ୍ୱିତୀୟ ରାଉଣ୍ଡରେ ସେ ପ୍ରବେଶ କରିଛନ୍ତି । କରୋନା ଭାଇରସ ଯୋଗୁ ସମସ୍ତ ଖେଳାଳିଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ମାତ୍ର ଜୋକୋଭିଚ ଏହାକୁ ପସନ୍ଦ କରି ନ ଥିଲେ । ପରେ ଜୋକୋଭିଚଙ୍କ ସମେତ ୮ଜଣ ଖେଳାଳି ଲଙ୍ଗ ଆଇଲ୍ୟାଣ୍ଡରେ ଭଡା ଘର ନେଇଥିଲେ । ସେରେନା ୱିଲିୟମ୍ସ ଓ ମିଲୋସ ରାଓନିକ୍ ମଧ୍ୟ ତାଙ୍କ ସହ ରହୁଛନ୍ତି ।

Leave A Reply

Your email address will not be published.