Latest Odisha News

କରୋନା ଲକ୍ଷଣ ଥିଲେ ସାଂସଦଙ୍କୁ ମିଳିବନି ପାର୍ଲାମେଣ୍ଟରେ ଏଣ୍ଟ୍ରି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ପାଖାପାଖି ୮୪ ହଜାର ନୂଆ ସଂକ୍ରମିତ ହୋଇଛନ୍ତି । କରୋନା କାଳରେ ଆସନ୍ତା ଗୁରୁବାରଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ଅଧିବେଶନରେ ଯୋଗ ଦେବାକୁ ଥିବା ସାଂସଦମାନଙ୍କର ହେବ କୋଭିଡ୍ ଟେଷ୍ଟ । ଏଥିପାଇଁ ଏସଓପି ଜାରି ହୋଇଛି ।

ପ୍ରୋଟୋରଲ ଅନୁସାରେ ସଂସଦ ଭବନ ଆସିବାର ୭୨ ଘଣ୍ଟା ପୂର୍ବରୁ ସାଂସଦମାନଙ୍କର କୋଭିଡ୍ ଟେଷ୍ଚ କରାଯିବ । ପ୍ରୋଟୋକଲ ଅନୁସାରେ, ବାହାରେ ଟେଷ୍ଟ କରାଇ ନଥିଲେ ସଂସଦ ଭବନରେ ପ୍ରବେଶ ଆଗରୁ ସାଂସଦମାନଙ୍କର ଆଣ୍ଟିଜେନ୍ ପରୀକ୍ଷା କରାଯିବ । ନେଗେଟିଭ୍ ଆସିଲେ ଏଣ୍ଟ୍ରି ଅନୁମତି ମିଳିବ । ଅଧିବେଶନରେ ଭାଗ ନେବେ ।

ନେଗେଟିଭ୍ ଆସିବା ପରେ ଯଦି କୌଣସି ସାଂସଦଙ୍କ ପାଖରେ ଲକ୍ଷଣ ଦେଖାଦେଲେ ସେମାନଙ୍କୁ ସଂସଦ ଭବନ ଭିତରେ ପ୍ରବେଶ ଅନୁମତି ମିଳିବ ନାହିଁ । ସଂସଦ ଭବନ ପରିସରରେ ଏଥିପାଇଁ ସ୍ୱତନ୍ତ୍ର କୋଭିଡ୍ ଟେଷ୍ଚ କେନ୍ଦ୍ର କରାଯାଇଛି । ସେଠାରେ ଆରଟିପିସିଆର ଟେଷ୍ଟ କରାଯିବ । ରିପୋର୍ଟ ନଆସିବା ଯାଏଁ ସେମାନେ ସଂପୃକ୍ତ ସାଂସଦ ଘରେ ରହିବେ ।

ପ୍ରୋଟୋକଲ୍ ଅନୁସାରେ ସାଂସଦାନଙ୍କୁ ପରାମର୍ଶ ଦିଆଯାଇଛି ଯେ, ପରିବାର ଓ କର୍ମଚାରୀଙ୍କର ବି କୋଭିଡ୍ ଟେଷ୍ଟ ସଂସଦ ଭବନ ପରିସରରେ କରାଇ ପାରିବେ । କୌଣସି ସାଂସଦ ପଜିଟିଭ ଚିହ୍ନଟ ହେଲେ ଅଧିବେଶନରେ ଯୋଗ ନଦେଇ ୧୪ ଦିନ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି । ମାସ୍କ ପିନ୍ଧିବେ ଓ ସାନିଟାଇଜର ବ୍ୟବହାର କରିବେ । ସାମାଜିକ ଦୂରତା ରକ୍ଷା କରିବେ ସମସ୍ତେ ।

Leave A Reply

Your email address will not be published.