Latest Odisha News

BREAKING NEWS

ଡ୍ରଗ୍ସ ଲିଙ୍କ ମାମଲାରେ ସୁଶାନ୍ତଙ୍କ ରୋଷେୟା ଦୀପେଶ ଗିରଫ

ମୁମ୍ବାଇ: ଧୀରେ ଧୀରେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ଫିଟୁଛି ଗୁମର । ଆଜି ପୁଣି ଆଉ ଜଣେ ଡ୍ରଗ୍ସ ଲିଙ୍କ ମାମଲାରେ ଗିରଫ ହୋଇଛନ୍ତି । ସୁଶାନ୍ତ ସିଂଙ୍କ ରୋଷେୟା ଦୀପେଶ ସାୱନ୍ତଙ୍କୁ ଏନ୍‌ସିବି ଏହି ମାମଲାରେ ଗିରଫ କରିଛି ।

ଏ ପର୍ଯ୍ୟନ୍ତ ଏହି ମାମଲାରେ ଏନସିବି ସାତ ଜଣଙ୍କୁ ଗିରଫ କରି ସାରିଲାଣି। ଏଥିରୁ ତିନି ଜଣ ସୌଭିକ, ସାମୁଏଲ ଓ ଜୈଦ ରିମାଣ୍ଡରେ ଅଛନ୍ତି। ଶନିବାର ଏନସିବି ଦୀପେଶ ସାଓ୍ଵନ୍ତଙ୍କୁ ଗିରଫ କରିଛି। ଶୁକ୍ରବାର ସାଓ୍ଵନ୍ତଙ୍କୁ ଏନସିବି ଜେରା କରିଥିଲା। ଦୀପେଶଙ୍କ ବୟାନ ଏନଡିପିଏସ ଆକ୍ଟର ଧାର ୬୭ ଆଧାରରେ ରେକର୍ଡ କରାଯାଇଥିଲା। ଏବେ ଏନଡିପିଏସ ଆକ୍ଟ ଆଧାରରେ ତାଙ୍କୁ ଏନସିବି ଗିରଫ କରିଛି। ଦୀପେଶଙ୍କୁ ରବିବାର ପୂର୍ବାହ୍ନ ୧୧ଟାରେ ମୁମ୍ବାଇ କୋର୍ଟରେ ହାଜର କରାଯିବ।

ସେପଟେ ରିୟା ଚକ୍ରବର୍ତ୍ତୀ ରବିବାର ଏନସିବି ସମ୍ମୁଖରେ ହାଜର ହେବେ। ଏନସିବି ଅଧିକାରୀ ମୁଥା ଅଶୋକ ଜୈନ କହିଛନ୍ତି ରିୟା ଓ ସୌଭିକଙ୍କୁ ସାମ୍ନାସାମ୍ନି  ବସି ଜେରା କରାଯିବ । ରିୟା ଡ୍ରଗ୍ସ କାରବାରରେ ସାମିଲ୍ ଥିବା ଜଣାପଡିଛି । ତେଣୁ ସେ ଗିରଫ ହେବା ସମ୍ଭାବନା ରହିଛି । ସୌଭିକ ଓ ସାମୁଏଲକୁ ଏନସିବି କୋର୍ଟର ନିଷ୍ପତ୍ତି ପରେ ଚାରି ଦିନିଆ ରିମାଣ୍ଡରେ ଆଣିଛି।

କେସ୍‌ର ତୃତୀୟ  ଅଭିଯୁକ୍ତ କୈଜାନ ଇବ୍ରାହିମଙ୍କୁ ମୁମ୍ବାଇର କୋର୍ଟ ଜାମିନ ପ୍ରଦାନ କରିଛନ୍ତି। କୈଜାନଙ୍କୁ ୧୪ ଦିନିଆ ରିମାଣ୍ଡରେ ରଖାଯିବାକୁ କୋର୍ଟ ନିଷ୍ପତ୍ତି ଦେଇଥିଲା, କିନ୍ତୁ ପରେ ଜାମିନ ପ୍ରଦାନ କରିଛି।

 

Comments are closed.