Latest Odisha News

BREAKING NEWS

ରାଜ୍ୟରେ ୨୪ ଘଣ୍ଟାରେ ହୋଇଛି ୪୫ ହଜାରରୁ ଉର୍ଦ୍ଧ୍ବ କୋଭିଡ୍ ଟେଷ୍ଟିଂ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୪୫ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୪୫,୧୬୫ କରୋନା ନମୁନା ପରୀକ୍ଷା ହୋଇଛି।

ଏଥିମଧ୍ୟରୁ ୩୮,୧୬୫ ଜଣଙ୍କର ଆଣ୍ଟିଜେନ, ୬୮୩୬ ଟି ଆରଟିପିସିଆର୍ ଓ ୧୬୪ ଟି ଟ୍ରୁନଟ୍‌ ପରୀକ୍ଷା ହୋଇଛି ବୋଲି ସୂଚନା ମିଳିଛି ।

ଲଗାତାର କିଛି ଦିନ ଧରି ରାଜ୍ୟରେ ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା ହେବା ଫଳରେ ନମୁନା ପରୀକ୍ଷଣ ସଂଖ୍ୟା ଇତିମଧ୍ୟରେ ୨୧ ଲକ୍ଷ ଟପିଲାଣି।ରବିବାର ଦିନ ଏହି ଟେଷ୍ଟିଂ ସଂଖ୍ୟା ୪୫ ହଜାରରେ ରହିଛି।

ରାଜ୍ୟରେ ମୋଟ୍ ୫୬ଟି ଲ୍ୟାବରେ ନମୁନା ପରୀକ୍ଷା କରାଯାଉଛି । ରାଜ୍ୟରେ ଲକ୍ଷେ ଲୋକସଂଖ୍ୟାରେ ୪ ହଜାର ୫୭୦ ଟେଷ୍ଟିଂ କରାଯାଉଛି । ପଜିଟିଭ ରେଟ୍ ୫.୮୪% ଥିବା ବେଳେ ନେଗେଟିଭ୍ ରେଟ୍ ରହିଛି ୯୪.୧୬% ।

Comments are closed.