Latest Odisha News

୫ ମାସ ପରେ ଆଜିଠୁ ଗଡ଼ିଲା ମେଟ୍ରୋ ଟ୍ରେନ୍

ନୂଆଦିଲ୍ଲୀ: ଆଜିଠୁ ଦେଶର କିଛି ସ୍ଥାନରେ ଆରମ୍ଭ ହୋଇଟି ମେଟ୍ରୋ ରେଲଓ୍ୱେ ସେବା । କରୋନା ଯୋଗୁ ପାଞ୍ଚ ମାସ ହେବ ସେବା ବନ୍ଦ ରହିଥିଲା । ଅନଲକ୍ ୪ ଗାଇଡଲାଇନରେ ସର୍ତ୍ତ ସହ ମେଟ୍ରୋ ଟ୍ରେନ୍ ଚଳାଚଳକୁ ଅନୁମତି ଦେଇଥିଲେ କେନ୍ଦ୍ର ସରକାର ।

କେନ୍ଦ୍ରର ଗାଇଡଲାଇନ ଅନୁସାରେ ଦିଲ୍ଲୀ, ଚେନ୍ନାଇ, ବେଙ୍ଗାଳୁରୁ, ମୁମ୍ବାଇ, ହାଇଦ୍ରାବାଦ, କୋଲକାତା, ଗୁଜୁରାଟ, ଉତ୍ତରପ୍ରଦେଶ ଆଦି ମେଟ୍ରୋ ଅଥରିଟି ମେଟ୍ରୋ ଟ୍ରେନ ଚଳାଚଳ ନେଇ ଏସଓପି ଜାରି କରିଥିଲେ । ସ୍ୱତନ୍ତ୍ର ଗାଇଡଲାଇନ୍ ପ୍ରସ୍ତୁତ କରିଛନ୍ତି । ଆଜିଠାରୁ କିଛି ସହରର କିଛି ରୁଟରେ ମେଟ୍ରୋ ଟ୍ରେନ ଗଡିଛି । ଆଗକୁ ଟ୍ରେନ୍ ସଂଖ୍ୟା ବଢିବ ।

ଟଚ୍ ଫ୍ରି ସେବା ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଇଛି । ଟ୍ରେନଗୁଡ଼ିକୁ ସାନିଟାଇଜ୍ କରାଯାଉଛି । ଟ୍ରେନ ବଗିକୁ ବାରମ୍ୱାର ବିଶୋଧନୀକରଣ କରାଯାଉଛି । ପ୍ରଥମ ଓ ଶେଷ ଷ୍ଟେସନରେ ଟ୍ରେନକୁ ସାନିଟାଇଜ୍ କରିବାକୁ ବ୍ୟବସ୍ଥା ହୋଇଛି ।

ମେଟ୍ରୋ ଟ୍ରେନରେ ଯାତ୍ରା ବେଳେ ଧ୍ୟାନ ଦିଅନ୍ତୁ 
– ରେଲଓ୍ୱେ ଷ୍ଟେସନ ଏଣ୍ଟ୍ରିରେ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ
– ସମସ୍ତେ ମୋବାଇଲରେ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ କରିବେ
– କରୋନା ଲକ୍ଷଣ ଥିଲେ ପ୍ରବେଶ ଅନୁମତି ନାହିଁ
– ମାସ୍କ ପିନ୍ଧିବା, ସାମାଜିକ ଦୂରତା ପାଳନ ବାଧ୍ୟତାମୂଳକ
– କ୍ୟାସ ଟ୍ରାଞ୍ଜାକସନ୍ ଓ ଟୋକନ୍ ବ୍ୟବହାର ବନ୍ଦ
– ଷ୍ଟେସନ ପରିସରରେ ସାନିଟାଇଜର ବ୍ୟବସ୍ଥା
– ଷ୍ଟେସନ ଭିତରେ ଓ ଟ୍ରେନରେ ଗହଳି ନକରିବାକୁ ପରାମର୍ଶ

Leave A Reply

Your email address will not be published.