ଜମ୍ମୁ କଶ୍ମୀର: ସୀମାକୁ ନେଇ ଭାରତ-ଚୀନ ମଧ୍ୟରେ ବିବାଦ ଥମିବାର ନା ନେଉନି । ଗତକାଲି ରାତିରେ ଭାରତୀୟ ସେନା ନିୟନ୍ତ୍ରଣ ରେଖା ଉଲ୍ଲଂଘନ କରିବା ଓ ଗୁଳିମାଡ଼ କରିଥିବା ଅଭିଯୋଗ କରିଛି ଚୀନ୍ ସେନା । କୁହାଯାଉଛି ଚୀନ୍ ଓ ଭାରତୀୟ ସେନା ଲଦାଖର ପାଙ୍ଗୋଙ୍ଗ ସୁ ନିକଟବର୍ତ୍ତୀ ସୋନପାଓ ପାହାଡ଼ରେ ମୁହାଁମୁହିଁ ହୋଇଥିଲେ ।
The #Indian army again illegally crossed the Line of Actual Control in Shenpao mountain near the south bank of Pangong Tso Lake on Monday, #PLA Western Theater Command spokesperson revealed. pic.twitter.com/N4IuiHLjjm
— Global Times (@globaltimesnews) September 7, 2020
ଚୀନର ଗଣମାଧ୍ୟମ ଗ୍ଲୋବାଲ୍ ଟାଇମ୍ସ ଭାରତ-ଚୀନ ସେନା ମୁହାଁମୁହିଁ ସ୍ଥିତିକୁ ଆସିଥିବା ଖବର ପ୍ରକାଶ କରିଛି । ପିପୁଲ୍ସ ଲିବରେସନ୍ ଆର୍ମି ବା ପିଏଲଏର ଓ୍ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ମୁଖପାତ୍ର ଅଭିଯୋଗ କରିଛନ୍ତି ଯେ, ପାଙ୍ଗୋଙ୍ଗ ସୁ ଅଞ୍ଚଳରେ ଭାରତ ଏଲଏସି ପାର କରିଥିଲା । ସୀମାରେ ମୁତୟନ ପିଏଲଏ ସୈନ୍ୟଙ୍କ ଉପରେ ଓ୍ୱାର୍ଣ୍ଣିଂ ଫାୟାରିଂ କରିଥିଲେ ଭାରତୀୟ ଯବାନ ।
ଭାରତ ସରକାର କିମ୍ୱା ସେନା ପକ୍ଷରୁ ବର୍ତ୍ତମାନ ସୁଦ୍ଧା ସୀମାରେ ମୁହାଁମୁହିଁ ସ୍ଥିତି ଉପୁଜିଥିବା ନେଇ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ । ଗତ ଦୁଇ ସପ୍ତାହ ଭିତରେ ବାରମ୍ବାର ସୀମାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛି ଚୀନ ସେନା ।
ଗତମାସ ୨୯-୩୦ ତାରିଖ ରାତିରେ ଏଲଏସି ପାର କରିବାକୁ ଉଦ୍ୟମ କରିଥିଲେ ପିଏଲଏ ସେନୈ । ଯାହାର ମୁହଁତୋଡ ଜବାବ ଦେଇଥିଲା ଭାରତୀୟ ସେନା । ଚୀନ ସେନାକୁ ତଡି ଦେଇଥିଲେ । ବିସ୍ତାରବାଦୀ ଚିନ୍ତାଧାରାରେ ବଞ୍ଚୁଥିବା ମିଛୁଆ ଚୀନ ଏବେ ପାଲଟା ଅଭିଯୋଗ ଆଣିଛି ।
Comments are closed.