ମୁମ୍ବାଇ: ଅଡୁଆରେ ବଲିଉଡର କଣ୍ଟ୍ରଭର୍ସି କୁଇନ୍ କଙ୍ଗନା ରଣାୱତ । କଙ୍ଗନାଙ୍କ ମୁମ୍ବାଇ ସ୍ଥିତ ପ୍ରଡକ୍ସନ ଅଫିସରେ ବିଏମ୍ସି ରେଡ୍ କରିବା ପରେ ଏବେ ନୋଟିସ ମାରିଛି । ନୋଟିସ୍କୁ ତିଙ୍କ ଅଫିସ ସାମ୍ନାରେ ଲଗାଇ ଦେଇଛନ୍ତି । ବିଏମ୍ସି ଅଧିକାରୀମାନେ ପ୍ରଥମେ କଙ୍ଗନାଙ୍କ ଅଫିସରେ ଚଢ଼ାଉ କରିଥିଲେ ଏହାପରେ ନୋଟିସ ପଠାଇଛନ୍ତି । ବିଏମ୍ସି କହିଛି, କଙ୍ଗନାଙ୍କ ଅଫିସ୍ ବେଆଇନ୍ ଭାବେ ନିର୍ମାଣ କରାଯାଇଛି । ବାଲକୋନୀକୁ ରୁମ୍ ଭଳିଆ କରାଯାଇଛି । ସେହିଭଳି ଅନ୍ୟାନ୍ୟ ନିୟମକୁ ମଧ୍ୟ ଉଲ୍ଲଂଘନ କରିଥିବା ବିଏମ୍ସି କହିଛି ।
ସେପଟେ ଏହି ନୋଟିସ୍କୁ ନେଇ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି କଙ୍ଗନା । ସେ କହିଛନ୍ତ, ମତେ ସମାଲୋଚନା କରୁଥିବା ମୋ ବନ୍ଧୁମାନେ ଆଜି ବୁଲଡୋଜର ନେଇ ଆସିନଥିଲେ । ତା’ ବଦଳରେ ନୋଟିସ ମାରି ପଳାଇଛନ୍ତି । ଅଫିସରେ ଲିକେଜ ରୋକିବାକୁ ଚାଲିଥିବା କାମ ବନ୍ଦ କରିବାକୁ କହିଛନ୍ତି । ଏବେ ମୁଁ ବିପଦରେ ଅଛି ।
ଗତକାଲି କଙ୍ଗନା ସେ ସୋସିଆଲ ମିଡିଆରେ ଭିଡିଓ ସେୟାର କହିଥିଲେ ଯେ, ବିଏମ୍ସି ତାଙ୍କ ଅଫିସ ଭିତରକୁ ଜୋର ଜବରଦସ୍ତ ପସି ଆସିଥିଲେ । ମାପଚୁପ କରିଥିଲେ ।ପଡୋଶୀମାନେ ମଧ୍ୟ ବିରୋଧ କରିବାକୁ ତାଙ୍କୁ ହଇରାଣ କରିଥିଲେ । ବିଏମ୍ସି ଅଧିକାରୀମାନେ କହିଥିଲେ ସେଇ ଯେଉଁ ମ୍ୟାଡାମ୍ ଅଛନ୍ତି ତାଙ୍କ କାରନାମାର ପରିଣାମ ସମସ୍ତଙ୍କୁ ଚୁକାଇବାକୁ ପଡ଼ିବ। ସେମାନେ ମଙ୍ଗଳବାର ତାଙ୍କ ଅଫିସ ଭାଙ୍ଗିବାକୁ ଧମକ ମଧ୍ୟ ଦେଇଥିଲେ ।
ସୂଚନା ଯୋଗ୍ୟ ଯେ, କିଛି ଦିନ ତଳେ କଙ୍ଗନା ମୁମ୍ବାକୁ ପାକ୍ ଅଧିକୃତ କାଶ୍ମୀର ସହ ତୁଳନା କରିଥିଲେ । ଏହାର ବିରୋଧରେ ଶିବସେନା ଆଇଟି ସେଲ୍ ଥାନେର ଏକ ଥାନାରେ ଏଫ୍ଆଇଆର୍ ଦେଇଥିଲା ।
Comments are closed.