ୱାଶିଂଟନ:ସାନଡିଏଗୋ ଷ୍ଟେଟ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ସର୍ଭେ ଆମେରିକାରେ କରୋନା ବ୍ୟାପିବାର କାରଣ ଭାବେ ଏକ ମୋଟର ସାଇକେଲ ରାଲୀକୁ ଦାୟୀ କରିଛି । ଜୁନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଆୟୋଜିତ ହୋଇଥିବା ରାଜନୈତିକ ର୍ୟାଲୀର ସର୍ଭେ କରାଯାଇଥିଲା। ଅଗଷ୍ଟ ୭ରୁ ୧୬ ମଧ୍ୟରେ ହୋଇଥିବା ଏହି ର୍ୟାଲୀରେ ୪ ଲକ୍ଷ ଲୋକ ଯୋଗ ଦେଇଥିଲେ । ଯାହାକି କରୋନା ପାଇଁ ସୁପର ସ୍ପ୍ରେଡରର କାମ କରିଥିଲା ।
ତେବେ ଏହାକୁ ସାଉଥ ଡକୋଟା ଗଭର୍ଣ୍ଣର ନୋଏମ ମନଗଢ଼ା ବୋଲି କହିଛନ୍ତି । ଏଥିରେ କୌଣସି ସତ୍ୟତା ନାହିଁ । ର୍ୟାଲୀ ଯୋଗୁ ଆକ୍ରାନ୍ତଙ୍କ ଚିକିତ୍ସା ଖର୍ଚ୍ଚ ଏବେ ୧୨.୨ ବିଲିୟନ ଡଲାରେ ପହଂଚିଛି । ଆମେରିକା ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ବିରୋଧୀମାନେ ଏହି ଭଳି ରିପୋର୍ଟ ପ୍ରସ୍ତୁତ କରୁଛନ୍ତି ବୋଲି ଟ୍ରମ୍ପଙ୍କ ଜନୈକ ହିତୌଷି କହିଛନ୍ତି ।
Comments are closed.