ଭୁବନେଶ୍ୱର: ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ତଥା ଗୀତିକାର ସାରଦା ପ୍ରସାଦ ନାୟକ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି । ସେ ଟ୍ୱିଟରରେ ଲେଖିଛନ୍ତି, ‘ତାଙ୍କ ଦେହାନ୍ତ ଓଡିଆ ସିନେମା ଜଗତରେ ଗୋଟିଏ ଯୁଗରେ ଅବସାନ ଘଟାଇଛି । ‘ଲକ୍ଷ୍ମୀ’, ‘କା’, ‘ସ୍ତ୍ରୀ’, ‘ସଂସାର’ ପରି ଚଳଚ୍ଚିତ୍ର ନିର୍ମାଣ କରି ସେ ଅଭୁଲା ଛାପ ଛାଡି ଯାଇଛନ୍ତି । ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି । ’
ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ତଥା ଗୀତିକାର ସାରଦା ପ୍ରସନ୍ନ ନାୟକଙ୍କ ଦେହାନ୍ତ ଓଡ଼ିଆ ସିନେମା ଜଗତରେ ଗୋଟିଏ ଯୁଗର ଅବସାନ ଘଟାଇଛି। ‘ଲକ୍ଷ୍ମୀ’, ‘କା’, ‘ସ୍ତ୍ରୀ’, ‘ସଂସାର’ ପରି ଚଳଚ୍ଚିତ୍ର ନିର୍ମାଣ କରି ସେ ଅଭୁଲା ଛାପ ଛାଡ଼ି ଯାଇଛନ୍ତି। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) September 9, 2020
ଗତ କିଛି ଦିନ ହେଲା ସାରଦା ନାୟକ ଅସୁସ୍ଥ ଥିବା ବେଳେ ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ୯୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
୨୦୧୩ ମସିହାରେ ଚଳଚ୍ଚିତ୍ର ଲକ୍ଷ୍ମୀ ପାଇଁ ସେ ଜୟଦେବ ସମ୍ମାନରେ ସମ୍ମାନିତ ହୋଇଥିଲେ ।
Comments are closed.