Latest Odisha News

BREAKING NEWS

ପାର୍ଟନରର ଘୁଙ୍ଗୁଡ଼ି ଶବ୍ଦରେ ଭାଙ୍ଗି ଯାଉଛି କି ଆପଣଙ୍କ ନିଦ? ଜାଣନ୍ତୁ ଏହାର ପ୍ରତିକାର

ଭୁବନେଶ୍ୱର:ପାଖରେ ଶୋଇଥିବା ବ୍ୟକ୍ତି ଯଦି ଘୁଙ୍ଗୁଡ଼ି ମାରୁଥାଏ ତେବେ ଶାନ୍ତିରେ ଶୋଇବା ଏକ ସ୍ୱପ୍ନ ପାଲଟି ଯାଏ। ଯଦି ଆପଣ ଆପଣଙ୍କ ପାର୍ଟନରଙ୍କର ଏହିଭଳି ଆଚରଣରୁ ମୁକ୍ତି ଚାହୁଁଛନ୍ତି ତେବେ ଜାଣନ୍ତୁ ଏହାର ପ୍ରତିକାର…

ଘୁଙ୍ଗୁଡ଼ିର ପ୍ରତିରୋଧ ପାଇଁ ଆମେ ବହୁ ବ୍ୟବସ୍ଥା କରିଥାଉ, ଯେପରିକି ସ୍ଵତନ୍ତ୍ର ତକିଆ ବ୍ୟବହାର କରିବା କିମ୍ବା ମାଉଥ ସ୍ପ୍ରେ  କରିବା ଆଦି । ଏଥିସହ ନିଃଶ୍ଵାସ ସହଜ ଭାବେ ନେବା ପାଇଁ ନାକରେ ନାଜାଲ ଡିଲେଟର ଆଦି ବ୍ୟବହାର କରିଥାଉ । ଏହି ସବୁ ସହଜ ଉପଚାର ଗ୍ରହଣ କରି ଆମେ ଚୁପଚାପ ବସିଯାଉ । ଏହା ଦ୍ଵାରା ସୁଫଳ ତ ମିଳେନାହିଁ ବରଂ ଅନ୍ୟପକ୍ଷରେ ଏହା ଅଭ୍ୟାସରେ  ପରିଣତ ହୋଇ ଉଚ୍ଚ ରକ୍ତଚାପ, ହୃଦରୋଗ ଆଦିର କାରଣ ବନିଯାଏ ।

ଏହାର କାରଣ : ଗଳାର ଭିତର ଅଂଶ ଏକ ସିଲିଣ୍ଡର ଆକାରର ଓଭୁଲା ପରି ହୋଇଥାଏ । ଯେତେବେଳେ ଏହି ପଥ ପବନ ଚଳାଚଳ ପାଇଁ ଜାମ ହୋଇଯାଏ ସେତେବେଳେ ନିଃଶ୍ଵାସସ ପ୍ରଶ୍ଵାସସ ନେବା ବେଳେ କମ୍ପନ ହୋଇ ଶବ୍ଦ ସୃଷ୍ଟି ହୁଏ । ଅତ୍ୟଧିକ ମୋଟା ହୋଇଗଲେ ବ୍ୟକ୍ତି ଏହି ରୋଗର ଶିକାର ହୁଏ । ମହିଳାଙ୍କ କ୍ଷେତ୍ରରେ ବୟସ ବଢ଼ିଲେ, ଏବଂ ଋତୁସ୍ରାବ ବନ୍ଦ ହୋଇଗଲେ ଏହି ସମସ୍ୟା ଦେଖାଦିଏ । ଏଥିସହ ଅନ୍ୟ କେତେକ କାରଣ ହେଲା- ଆଲର୍ଜି ପାଇଁ ଗଳା ଜାମ୍ ହୋଇଯିବା, ଅତ୍ୟଧିକ ଥଣ୍ଡା, ସାଇନସ ସମସ୍ୟା ଆଦି । ତେବେ ଆଲକୋହଳ କିମ୍ବା ଅନ୍ୟ ନିଶା ସେବନ ମଧ୍ୟ ଏହାର କାରଣ ହୋଇଥାଏ ।

ପ୍ରତିକାର: ଏହା ସ୍ଵାସ୍ଥ୍ୟ ପାଇଁ ବିପଦ ଆଣୁଥିବାରୁ ଏହାର ପ୍ରତିକାର ଜରୁରୀ । ତେବେ ଆପଣ ଏଥିପାଇଁ ପ୍ରଥମେ ନିଜକୁ ଏକ ଶ୍ରେଣୀଭୁକ୍ତ କରନ୍ତୁ । ଆପଣ ଭୀଷଣ ଶବ୍ଦ କରି ଘୁଙ୍ଗୁଡ଼ି ମାରୁଥିଲେ। ଆପଣ ନିଶ୍ଚିତ ଅଧିକ ମୋଟା ହେବା ସହ ଆପଣଙ୍କ ଉଚ୍ଚ ରକ୍ତଚାପ ଥିବ । ଆପଣ ଦିନରେ ଅଧିକ ସମୟ ଶୋଉ ଥିବେ ।

ଶୋଇବାବେଳେ ନାକପୁଡ଼ା ଜାମ୍ ହୋଇ ଯାଉଥିବ ଓ ନିଦ୍ରାହୀନତା ଜନିତ ଅସୁସ୍ଥତା ଦେଖାଯାଉଥିବ । ଏହିସବୁ ଲକ୍ଷଣ ଦେଖାଗଲେ ଡାକ୍ତରଙ୍କୁ ପରାମର୍ଶ କରିବାଉଚିତ୍ । ଯଦି ଧୂମ୍ରପାନ କରୁଛନ୍ତି ତେବେ ଏହି ଅଭ୍ୟାସ ତୁରନ୍ତ ପରିତ୍ୟାଗ କରନ୍ତୁ । କାରଣ ଏହା ଶ୍ଵାସପଥରେ କ୍ଷତି ପହଞ୍ଚାଇଥାଏ । ଫଳରେ ନିଃଶ୍ଵାସପ୍ରଶ୍ଵାସନେବାରେ କଷ୍ଟ ହୁଏ ।

Leave A Reply

Your email address will not be published.