Latest Odisha News

ଆଜି ବର୍ଷାଙ୍କୁ ଭେଟିଲେ ମାନବାଧିକାର କର୍ମୀ

କଟକ: କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ପ୍ରସଙ୍ଗରେ ମାନବାଧିକାର କର୍ମୀଙ୍କ ଏକ ଟିମ୍ ଆଜି ବର୍ଷାଙ୍କୁ ଭେଟିଛନ୍ତି । ଅନୁଭବଙ୍କ ନନ୍ଦି ସାହି ସ୍ଥିତ ଘରେ ଏହି ଟିମ୍ ବର୍ଷାଙ୍କୁ ଭେଟିଛନ୍ତି ।

ବର୍ଷା ଏହି ଟିମକୁ ଅନୁଭବଙ୍କ ବ୍ୟତୀତ ଘରର ଅନ୍ୟ କେହି ତାଙ୍କ ପ୍ରତି କୌଣସି ଅତ୍ୟାଚାର କରି ନ ଥିବା କହିଛନ୍ତି । କେବଳ ଅନୁଭବ ହିଁ ଅନେକ ସମୟରେ ମଦ୍ୟ ପାନ କରି ଖରାପ ଭାଷାରେ ଗାଳି ଗୁଲଜ କରିଛନ୍ତି । ତଥାପି ସେ ବିବାହ ବିଚ୍ଛେଦ ନୁହେଁ ବରଂ ସମାଧାନ ଚାହୁଁଥିବା ଆଲୋଚନା ବେଳେ ସ୍ପଷ୍ଟ କରିଛନ୍ତି । ଅନ୍ୟ ପକ୍ଷରେ ଅନୁଭବ କିନ୍ତୁ ବିବାହ ବିଚ୍ଛେଦରେ ସମାଧାନ ନେଇ କିଛି ସ୍ପଷ୍ଟ କରି ନ ଥିବା ଜଣାପଡିଛି ।

ଗତ ଶନିବାର ସ୍ୱାମୀ ଅନୁଭବଙ୍କ ନାଁରେ ବର୍ଷା ଘରୋଇ ହିଂସା ଓ ମାନସିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ କରି କଟକ ଏସଡିଜେଏମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବର୍ଷା ନିଜ ପିଟିସନରେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଆଣିଥିଲେ ସାଂଘାତିକ ଅଭିଯୋଗ । ଅନୁଭବ ଜଣେ ମଦ୍ୟପ ଏବଂ ସେ ଶାରିରୀକ ଓ ମାନସିତ ନିର୍ଯାତନା ଦେଉଥିବା ପିଟିସନରେ ଉଲ୍ଲେଖ କରିଥିଲେ ବର୍ଷା ।

ସେପଟେ ବର୍ଷାଙ୍କ ପିଟିସନ ଦାଖଲ କରିବାର ପୂର୍ବରୁ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଡିଭୋର୍ସ କେସ୍ ଦାଖଲ କରିଛନ୍ତି ଅନୁଭବ । ନିଜ ପତ୍ନୀଙ୍କ ନାଁରେ ୪୭ ପୃଷ୍ଠାର ପିଟିସନରେ ସାଂଘାତିକ ଅଭିଯୋଗ ସବୁ ଦର୍ଶାଇଛନ୍ତି ।

Leave A Reply

Your email address will not be published.