Latest Odisha News

ମାଲକାନଗିରି ପରେ ଯାଜପୁରରେ ଲଜ୍ଜା, ମାଆ ହେଲେ ମାଟ୍ରିକ ପରୀକ୍ଷାର୍ଥୀ

ଯାଜପୁର: ମାଲକାନଗିରି ପରେ ଯାଜପୁରରେ ଲଜ୍ଜା। ମାଆ ହେଲେ ମାଟ୍ରିକ ପରୀକ୍ଷାର୍ଥୀ। ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଏଭଳି ଅଘଟଣ ଦେଖିବାକୁ ମିଳିଛି। ମାଟ୍ରିକ ପରୀକ୍ଷାର୍ଥି ଜଣକ ଦୁଇଟି ପରୀକ୍ଷା ଦେଇଥିବା ବେଳେ ଗତକାଲି ଶିବରାତ୍ରି ଅବସରରେ ଉପବାସ କରି ଅସୁସ୍ଥ ଅନୁଭବ କରିଥିଲେ।

ତାଙ୍କୁ ଚିକିତ୍ସା ପାଇଁ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଏକ ଶିଶୁ କନ୍ୟା ଜନ୍ମ ହୋଇଛି। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷାର୍ଥୀ ଜଣକ ସୁସ୍ଥ ହେବା ପରେ ଆଇନର ଆଶ୍ରୟ ନିଆଯିବ ବୋଲି ନାବାଳିକାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି।

ନିକଟରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ବିଦ୍ୟାଳୟରେ ନିରୀହ ଆଦିବାସୀ ଛାତ୍ରୀ ପିଲା ଜନ୍ମ କରିବା ଘଟଣା ଚକିତ କରିଥିଲା। ଚିତ୍ରକୋଣ୍ଡା ଅନୁସୂଚିତ ଜାତି ଜନଜାତି ବିଦ୍ୟାଳୟରେ ଏହି ଘଟଣା ଘଟିଥିଲା। ହେଲେ ସ୍କୁଲ ଚାରି କାନ୍ଥ ଭିତରେ ଏହିଭଳି ଲଜ୍ଜା ଜନକ ଘଟଣା କେମିତି ଘଟିଲା ତାକୁ ନେଇ ଉଠିଛି ପ୍ରଶ୍ନ।

Comments are closed.