Latest Odisha News

BREAKING NEWS

ଧସିଲା ବୈତରଣୀ ନଦୀବନ୍ଧ , ଆତଙ୍କିତ ସ୍ଥାନୀୟ ଲୋକେ

ଭଦ୍ରକ : ୨ ଶହ ଫୁଟ ଧସିଲା ବୈତରଣୀ ନଦୀର ନଦୀବନ୍ଧ | ଆତଙ୍କିତ ଅବସ୍ଥାରେ ଷାଠିବାଙ୍କୁଡା ଓ ବୋଡକ ୨ଟି ଗାଁର ନଦୀକୂଳିଆ ଲୋକ | ଭଦ୍ରକ ଜିଲ୍ଲା ଆରଡ଼ି ଷାଠିବାଙ୍କୁଡା ଠାରେ ବୈତରଣୀ ନଦୀର ନଦୀବନ୍ଧ ଧସିଛି | ନିମ୍ନମାନର କାମ ପାଇଁ ୧୫ ଦିନରେ ନଦୀବନ୍ଧ ଧସିଥିବା ସ୍ଥାନୀୟଲୋକଙ୍କ ଅଭିଯୋଗ |


ସୂଚନା ଅନୁସାରେ, ଭଦ୍ରକ ଜିଲା ଷାଠିବାଙ୍କୁଡା ଠାରେ ପ୍ରବାହିତ ବୈତରଣୀ ନଦୀକୁ ଗତକାଲି ରାତିରେ ପାଖାପାଖି ୨ଶହ ଫୁଟର ନଦୀବନ୍ଧ ଧସିଯାଇଛି । ଆଜି ସକାଳେ ଗାଁ ଲାକ ଏହାକୁ ଦେଖିବା ପରେ ଆତଙ୍କିତ ହୋଇପଡିଛନ୍ତି | ଆଗାମୀ ବର୍ଷାଋତୁକୁ ଦୃଷ୍ଟିରେ ରଖି ଯାଜପୁର ଜଳସେଚନ ବିଭାଗ ପକ୍ଷରୁ ପ୍ରାୟ ୧ କୋଟି ଟଙ୍କା ବ୍ୟୟରେ ଷାଠିବାଙ୍କୁଡା ଠାରେ ପ୍ରବାହିତ ବୈତରଣୀ ନଦୀବନ୍ଧର ସ୍ଥାୟୀ ମରାମତି ପାଇଁ ମାଟି ପକାଯାଇଥିଲା । ମାଟି ଯେପରି ଜୁଆର ଓ ବନ୍ୟା ପାଣିରେ ଧୋଇ ନଯାଏ ସେଥିପାଈଁ ପଥର ପ୍ୟାକିଂ ମଧ୍ୟ କରାଯାଇଥିଲା । ହେଲେ କାମ ହେବାର ୧୫ଦିନ ମଧ୍ୟରେ ନଦୀ ମଧ୍ୟକୁ ପଥର ଧସିଯାଇଥିବା ବେଳେ ବନ୍ଧରେ ବଡବଡ ଫାଟ ସୃଷ୍ଟି ହୋଇଛି । ଫଳରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଷାଠିବାଙ୍କୁଡା ଓ ବୋଡକ ୨ଟି ଗାଁର ନଦୀକୂଳିଆ ଲୋକ |

Leave A Reply

Your email address will not be published.