Latest Odisha News

BREAKING NEWS

ପୁରୀ ପ୍ରବେଶ ପଥରେ ଉଡିଲା ୩୬ ଫୁଟର ଜାତୀୟ ପତାକା

ପୁରୀ(ସନ୍ତୋଷ କୁମାର ଦାସ ): ପୁରୀ ପ୍ରବେଶ ପଥ ବୀର ହରେକୃଷ୍ଣ ପୁର ଛକରେ ଉଡିଲା ବିଶାଳ ଜାତୀୟ ପତାକା ।ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ୧୦୮  ଫୁଟ ଉଚ୍ଚରେ  ଉଡୁଥିବା ଏହି ଜାତୀୟ ପତାକାର ଆଜି ଲୋକାର୍ପଣ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।ବୀର ହରେକୃଷ୍ଣପୁର ଛକ ନିକଟରେ ଏହି ପତାକା ଲଗାଯାଇଛି । ଏହି ଉତ୍ସବରେ ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆର ସଭାପତି ନବୀନ ଜିନ୍ଦଲ , ପୁରୀ ଜିଲ୍ଲାର ସମସ୍ତ ବିଧ୍ୟାୟକ ଓ ସାଂସଦଙ୍କ  ସହ ସ୍ଥାନୀୟ ବାସିନ୍ଦା, ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆ ତରଫରୁ ଏଯାବତ ୧୦୬ଟି  ସ୍ଥାନରେ ଏହି ସ୍ମାରକୀ ଜାତୀୟ ପତାକା ସ୍ଥାପନ କରାଯାଇଛି।    ପୂର୍ବରୁ ବଡ଼ବିଲ, ସୁନ୍ଦରଗଡ଼ର ବଣେଇ, ଭୁବନେଶ୍ୱର କିସ ପରିସରରେ ଏହି ସ୍ମାରକୀ ସ୍ଥାପନ କରାଯାଇଛି । ପୁରୀରେ ୧୦୮ ଫୁଟ ଉଚ୍ଚରେ ୩୬ ଫୁଟ ଲମ୍ବ ଓ ୨୪ ଫୁଟ ଓସାରର ଏହି ପତାକାକୁ ସ୍ଥାପନ କରାଯାଇଛି । ପ୍ରାୟ ଦେଢ଼ ଟନ ଓଜନର ସ୍ତମ୍ଭ ଉପରେ ଉଡୁଛି ଦେଶର ସ୍ୱାଭିମାନର ପ୍ରତୀକ ଏହି ଜାତୀୟ ପତାକା । ଏହି ଜାତୀୟ ପତାକା ୨୫୦ କିମି ବେଗର ପବନକୁ ମଧ୍ୟ ସାମ୍ନା କରିପାରିବ ଏହି ପତାକା ।

ଏହି ଅବସରରେ ନବୀନ ଜିନ୍ଦଲ କହିଛନ୍ତି, ଜାତି,ଧର୍ମ,ବର୍ଣ୍ଣ,ଦଳ ନିର୍ବିଶେଷରେ ସମସ୍ତଙ୍କୁ ଦେଶ ଓ ଦେଶ ସ୍ୱାଭିମାନର ପ୍ରତୀକ ଏଇ ଜାତୀୟ ପତାକାର ସମ୍ମାନ ପାଇଁ କାର୍ଯ୍ୟ କରିବା ଉଚିତ  । ଅନ୍ୟପଟରେ ସତ୍ୟକୁ ହଇରାଣ କରାଯାଇପାରେ ମାତ୍ର ପରାଜିତ କରାଯାଇ ପାରେ ନାହିଁ ବୋଲି କହିବା ସହ ମନରେ ଦେଶ ପ୍ରେମ ଥିଲେ ସମ୍ମାନ,ସ୍ୱାଭିମାନ ଓ ମାତୃଭୂମି ଗର୍ବକୁ ନେଇ ମୁଣ୍ଡ ଉଠେଇ ଜିଇଁ ହେବ ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।

Leave A Reply

Your email address will not be published.