Latest Odisha News

BREAKING NEWS

ଘର କାନ୍ଥରେ ଝୁଲି ମାଙ୍କଡ କଲେ ହରତାଳ; ଭିଡ଼ିଓ ଭାଇରାଲ

ଜଙ୍ଗଲ ଧ୍ୱଂସ ହେବା କାରଣରୁ ଖାଦ୍ୟ ଅନ୍ୱେଷଣରେ ଅନେକ ପଶୁପକ୍ଷୀ ଗାଁ ବା ସହରମୁହାଁ ହେଉଛନ୍ତି । ଫଳରେ ଲୋକଙ୍କର ଅନେକ କ୍ଷୟକ୍ଷତି ମଧ୍ୟ କରୁଛନ୍ତି । ସେଥିମଧ୍ୟରୁ ମାଙ୍କଡ଼ଙ୍କ ଉତ୍ପାତ ନ କହିବା ଭଲ । ଏହା ଏବେ ଲୋକଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି । ଏବେ ଦେଖାଦେଉଛି ଖାଦ୍ୟ ନ ପାଇବା କାରଣରୁ ଲୋକଙ୍କୁ ଅସ୍ତବ୍ୟସ୍ତ କରି ଦେଉଛନ୍ତି ମାଙ୍କଡ଼ ।

ଘରେ ପଶି ଜିନିଷ ନଷ୍ଟ କରିବା ଏବଂ ଖାଦ୍ୟ ଖାଇଦେବା ସାଧାରଣ କଥା ପାଲଟିଗଲାଣି । ନିକଟରେ ଏକ ଘର ଉପରେ ମାଙ୍କଡ଼ଙ୍କର କିଭଳି ଉତ୍ପାତ କରୁଛନ୍ତି ତାହାର ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ଯାହା ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ଭିଡ଼ିଓରେ ଦୁଇମହଲା ବିଶିଷ୍ଟ ଏକ ଘରର ସମସ୍ତ ଝରକା ଓ କବାଟ ବନ୍ଦ ରହିଛି । ଏହାର କାନ୍ଥରେ ୫୦ରୁ ଊର୍ଦ୍ଧ୍ୱ ମାଙ୍କଡ଼ ଝୁଲି ରହିଛନ୍ତି । ସେଥିମଧ୍ୟରୁ କିଛିି ଛାତ ଉପରକୁ ଚଢିବାକୁ ଚେଷ୍ଟା କରୁଥିବା ବେଳେ ଆଉ କିଛି ଭିତରକୁ ଯିବାକୁ ଉଦ୍ୟମ ମଧ୍ୟ କରୁଛନ୍ତି । ଝରକା ଜାଲି ଭିତରେ ରହି ଜଣେ ବ୍ୟକ୍ତି ମାଙ୍କଡ଼କୁ ଘଉଡ଼ାଇବାକୁ ଉଦ୍ୟମ କରୁଥିଲେ ମଧ୍ୟ ସେମାନେ ଶୁଣୁ ନ ଥିବା ଦେଖିବାକୁ ମିଳିଛି । ଦକ୍ଷିଣ ଭାରତୀୟ ଭାଷାରେ କାନ୍ଥରେ ଏବଂ ତଳେ ଥିବା ଖମ୍ଭରେ କିଛି ଲେଖାଯାଇଛି, ଯେଉଁଥିରୁ ଏହା ଜଣା ଯେ ଏହା ଭାରତର କୌଣସି ଏକ ରାଜ୍ୟର ଦୃଶ୍ୟ ।
ଏହାର ଭାଇରାଲ ଭିଡିଓରେ ୨ କୋଟିରୁ ଅଧିକ ଭ୍ୟୁ ମିଳିଛି ।

Leave A Reply

Your email address will not be published.