Latest Odisha News

BREAKING NEWS

ରଣଜୀ ଟ୍ରଫି: ସୌରାଷ୍ଟ୍ର-ବେଙ୍ଗଲ ମଧ୍ୟରେ ଖେଳାଯିବ ଫାଇନାଲ

ନୂଆଦିଲ୍ଲୀ: ସୌରାଷ୍ଟ୍ର ଓ ବେଙ୍ଗଲ ମଧ୍ୟରେ ଚଳିତ ରଣଜୀ ଟ୍ରଫି କ୍ରିକେଟର ଫାଇନାଲ ମ୍ୟାଚ ଖେଳାଯିବ । ଫେବୃୟାରୀ ୧୬ରୁ ଏହି ମ୍ୟାଚ ଖେଳାଯିବ । ୨୦୨୦ରେ ଶେଷ ଥର ପାଇଁ ଏହି ୨ଟି ଟିମ ମାଧ୍ୟମରେ ଫାଇନାଲ ମ୍ୟାଚ ଖେଳା ଯାଇଥିଲା । ମ୍ୟାଚ ଡ୍ର ରହିଥିଲେ ମଧ୍ୟ ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ସୌରାଷ୍ଟ୍ର ଚାମ୍ପିୟନ ହୋଇଥିଲା । ସେମିଫାଇନାଲରେ ସୌରାଷ୍ଟ୍ର ୪ ୱିକେଟରେ କର୍ଣ୍ଣାଟକକୁ ଓ ବେଙ୍ଗଲ ଚାମ୍ପିୟନ ମଧ୍ୟପ୍ରଦେଶକୁ ୩୦୬ ରନରେ ହରାଇ ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ସୌରାଷ୍ଟ୍ର ଟିମ ୫ମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି ।

କର୍ଣ୍ଣାଟକ ଦ୍ୱିତୀୟ ଇନିଂସରେ ୨୩୪ ରନରେ ଅଲଆଉଟ ହୋଇ ଯାଇଥିଲା । ଫଳରେ ବିଜୟ ପାଇଁ ସୌରାଷ୍ଟ୍ରକୁ ୧୧୫ ରନର ଲକ୍ଷ୍ୟ ମିଳିଥିଲା । ଯାହାକି ଦଳ ୬ ୱିକେଟ ହରାଇ ହାସଲ କରି ନେଇଥିଲା । ଅପରପକ୍ଷରେ ବେଙ୍ଗଲ ୫୪୮ ରନର ବିଶାଳ ଲକ୍ଷ୍ୟ ମଧ୍ୟପ୍ରଦେଶ ସମ୍ମୁଖରେ ରଖିଥିଲା । ଏମପି ଟିମ ୨୪୧ ରନରେ ଅଲଆଉଟ ହୋଇ ଯାଇଥିଲା । ପ୍ରଦୀପ୍ତ ପ୍ରମାଣିକ ୫ଟି ୱିକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.