Latest Odisha News

BREAKING NEWS

ଷ୍ଟୋର ରୁମରୁ ଉଦ୍ଧାର ହେଲା ୪ଫୁଟର ନାଗ ସାପ

ଭୁବନେଶ୍ଵର: ଷ୍ଟୋର ରୁମରୁ ଉଦ୍ଧାର ହେଲା ୪ଫୁଟର ନାଗ ସାପ । ଭୁବନେଶ୍ୱର ଇନ୍ଦିରା ହାଉସିଂ କଲୋନୀର ଲେନ୍ ନମ୍ବର ୬ ରେ A-୬/୨୨ ରେ ରହୁଥିବା ନକୁଳ ମଲ୍ଲିକଙ୍କ ଘରୁ ନାଗ ସାପଟିକୁ ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନ । ସାପଟିକୁ ସୁରକ୍ଷିତ ଉଦ୍ଧାର କରି ନିକଟସ୍ଥ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଛି ।

ସୂଚନା ଅନୁସାରେ, ନକୁଳ ମଲ୍ଲିକଙ୍କ ଘରେ ଗାଧୁଆ ଘର ଉପରେ ଥିବା ଷ୍ଟୋର ରୁମ ଭିତର ସଫା କରିବା ପାଇଁ ତାଙ୍କ ପୁଅ ସବୁ ଜିନିଷ ପତ୍ର ବାହାର କରିବାକୁ ଚେଷ୍ଟା କରୁଥିଲେ । ସେଠାରେ ଥିବା କିଛି କାର୍ଟୁନ ପେଟି ବାହାର କରୁଥିବା ବେଳେ ତାଭିତରୁ କିଛି ଅଜବ ଶବ୍ଦ ଶୁଣିବାକୁ ପାଇଲେ । ଭୟରେ ଏକ ବାଡି ସାହାର୍ଯ୍ୟରେ କାର୍ଟୁନ୍ ପେଟିକୁ ଆଡେଇବା ବେଳେ ଏକ ନାଗ ସାପ ଫଣା ଟେକି ଗର୍ଜନ କରିଥିଲା । କାମ ବନ୍ଦ କରି ନକୁଳ ବାବୁ ସଙ୍ଗେ ସଙ୍ଗେ ସ୍ନେକ ହେଲ୍ପ ଲାଇନକୁ ଫୋନ୍ କରିଥିଲେ । ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ଏକ ସିଡି ସାହାଯ୍ୟରେ ଉପରକୁ ଚଢି ସ୍ନେକ୍ ହୁକ୍ ସାହାଯ୍ୟରେ ଗୋଟିଏ ପରେ ଗୋଟିଏ ପେଟି ବାହାର କରିବା ପରେ ଏକ ୪ ଫୁଟ ଲମ୍ବର ବଡ ନାଗ ସାପଟି ଗର୍ଜନ କରୁଥିବା ଦେଖିବାକୁ ପାଇଥିଲେ । ଅତ୍ୟନ୍ତ ସତର୍କତାର ସହିତ ନାଗ ଟିକୁ ଉଦ୍ଧାର କରି ବ୍ୟାଗ୍ ଭିତରେ ଭର୍ତ୍ତି କରିଥିଲେ । ସାପଟିକୁ ଉଦ୍ଧାର କରି ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଛି ।

ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ କହିବା ଅନୁସାରେ, ନକୁଳ ବାବୁଙ୍କ ଘରର ପଛ ପଟେ କାନ୍ଥକୁ ଲାଗି ଥିବା ଏକ ପାଇପରେ କିଛି ଲଟା ମାଡ଼ିଥିଲା । ସାପଟି ସେଇ ପାଇପ ଏବଂ ଲଟା ସାହାଯ୍ୟରେ ଉପରକୁ ଉଠି ନକୁଳ ବାବୁଙ୍କ ଗାଧୁଆ ଘର ଉପରେ ଥିବା ଛୋଟ ଷ୍ଟୋର ରୁମ ରେ ପଶିଥାଇପାରେ ।

Comments are closed.